ଡକାୟତି ହୋଇଥିବା ଟଙ୍କା ମୁଖ୍ୟ କନଷ୍ଟେବଳଙ୍କ ଘରୁ ହେଲା ଜବତ

Advertisment

ଦିଲ୍ଲୀପୁଲିସ ଡକାୟତିର ଏକ ଘଟଣାରେ ଉତ୍ତରପ୍ରଦେଶ ପୁଲିସର ମୁଖ୍ୟ କନଷ୍ଟେବଳଙ୍କ ଘର ଉପରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ କନଷ୍ଟେବଳଙ୍କ ଘରୁ ଡକାୟତି ହୋଇଥିବା ଟଙ୍କାକୁ ପୁଲିସ ଜବତ କରିଛି।

ଦିଲ୍ଲୀପୁଲିସ ଡକାୟତିର ଏକ ଘଟଣାରେ ଉତ୍ତରପ୍ରଦେଶ ପୁଲିସର ମୁଖ୍ୟ କନଷ୍ଟେବଳଙ୍କ ଘର ଉପରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ କନଷ୍ଟେବଳଙ୍କ ଘରୁ ଡକାୟତି ହୋଇଥିବା ଟଙ୍କାକୁ ପୁଲିସ ଜବତ କରିଛି।

ବକନପ


ନୂଆଦିଲ୍ଲୀ: ଦିଲ୍ଲୀପୁଲିସ ଡକାୟତିର ଏକ ଘଟଣାରେ ଉତ୍ତରପ୍ରଦେଶ ପୁଲିସର ମୁଖ୍ୟ କନଷ୍ଟେବଳଙ୍କ ଘର ଉପରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ କନଷ୍ଟେବଳଙ୍କ ଘରୁ ଡକାୟତି ହୋଇଥିବା ଟଙ୍କାକୁ ପୁଲିସ ଜବତ କରିଛି। ଏହି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳି ଯାଇଛି। 

ଜାନି ଥାନା ଅଧିକାରୀ ପଙ୍କଜ ସିଂହ ଏହି ଘଟଣାକୁ ନେଇ କହିଛନ୍ତି, ‘ଗତ ରବିବାର ଦ୍ବିପହର ସମୟରେ ଦିଲ୍ଲୀ ପୁଲିସର ଏକ ଟିମ ବିଶେଷ ସୂତ୍ରରୁ ଖବର ପାଇବା ପରେ ଉତ୍ତରପ୍ରଦେଶର ହେଡ କନଷ୍ଟେବଳ ଥିବା ବୀର ସିଂହଙ୍କ ଘରେ ଚଢ଼ାଉ କରିଥିଲା। ଏହା ଠାରୁ ଆଗକୁ ମୁଁ ବିଶେଷ କିଛି ସୂଚନା ଦେଇ ପାରିବି ନାହିଁ। ସମସ୍ତ ସୂଚନା ଦିଲ୍ଲୀ ପୁଲିସ ପାଖରେ ଅଛି।’

ମୁଖ୍ୟ କନଷ୍ଟେବଳ ବୀର ସିଂହ ମେରଠରେ ବସବାସ କରନ୍ତି। ଦିଲ୍ଲୀ ପୁଲିସ ନିଜ ସହିତ ବୀର ସିଂହଙ୍କ ଜଣେ ସମ୍ପର୍କୀୟ ମୋହନବୀରଙ୍କୁ ନେଇ ଆସିଥିଲା। ଯିଏକି କୀର୍ତ୍ତି ନଗରରେ ହୋଇଥିବା ଡକାୟତି ଗ୍ୟାଙ୍ଗରେ ସାମିଲ ଥିଲା। ବୀର ସିଂହଙ୍କ ଘରେ ଚଢ଼ାଉ ସମୟରେ କୀର୍ତ୍ତି ନଗରରେ ହୋଇଥିବା ଡକାୟତି ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କିଛିମାସ ପୂର୍ବରୁ ମେରଠରେ ଲୁଟର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା। ଏହି ମାମଲାରେ ପୁଲିସ ତିନିଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ନାମ କୃଷ୍ଣପାଲ ଓରଫ କୃଷ୍ଣ, ଅକ୍ଷୟ ଓ  ଅନିଲ ବୋଲି ଜଣାପଡ଼ିଥିଲା। ପୀଡିତ ଜଣକ ବିସ୍କୁଟ କମ୍ପାନିର ଡେଲିଭରି ବଏ ଥିଲେ। ଯାହାଙ୍କ ଠାରୁ କୃଷ୍ଣପାଲ ଓରଫ କୃଷ୍ଣ, ଅକ୍ଷୟ ଓ  ଅନିଲ ଟଙ୍କା ଲୁଟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe