Image Source: News Nation
ନୂଆଦିଲ୍ଲୀ: ଜଣେ ମହିଳା ପୁଲିସ ସବ୍-ଇନ୍ସ୍ପେକ୍ଟର୍ଙ୍କୁ ଗୁଳି ମାରି ହତ୍ୟା କରିବା ପରେ ଜଣେ ପୁରୁଷ ପୁଲିସ ସବ୍-ଇନ୍ସ୍ପେକ୍ଟର୍ ଆତ୍ମହତ୍ୟା କରିଥିବା କୁହାଯାଉଛି। ପୁଲିସ କହିବା ଅନୁସାରେ, ଶୁକ୍ରବାର ରାତିରେ ରୋହିଣୀ ଇଷ୍ଟ୍ ମେଟ୍ରୋ ଷ୍ଟେସନ୍ ନିକଟରେ ସବ୍-ଇନ୍ସ୍ପେକ୍ଟର୍ ଦୀପାଂଶୁ ସବ୍-ଇନ୍ସ୍ପେକ୍ଟର୍ ପ୍ରୀତିଙ୍କୁ ହତ୍ୟା କରିଛନ୍ତି। ପ୍ରୀତିଙ୍କ ହତ୍ୟା ତଦନ୍ତ କରୁଥିବା ବେଳେ ପୁଲିସ କର୍ଣ୍ଣଲ୍ ନିକଟରେ ଗୋଟାଏ କାର୍ରେ ଦୀପାଂଶୁଙ୍କ ଶବ ପାଇଥିଲେ।
ପ୍ରୀତି ପତପରଗଞ୍ଜ ଶିଳ୍ପାଞ୍ଚଳ ଥାନାରେ ନିଯୁକ୍ତ ହୋଇଥିଲେ। ଗତରାତି ୯: ୩୦ ବେଳେ ମେଟ୍ରୋ ଷ୍ଟେସନ୍ରୁ ଘରକୁ ଫେରୁଥିବା ବେଳେ ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ତାଙ୍କ ଦେହରେ କେତେଗୁଡ଼ିଏ ଗୁଳି ଚୋଟ ଥିବା କଥା ପୁଲିସ କହିଛି। ସେ ଅଞ୍ଚଳର ସିସିଟିଭି ଫୁଟେଜ୍ ସଂଗ୍ରହ କରି ପୁଲିସ ହତ୍ୟା ସଂକ୍ରାନ୍ତ ସୂଚନା ପାଇବାକୁ ଉଦ୍ୟମ ଚଳାଇଛି।
Image Source: Zee Newsଦୀପାଂଶୁ ଓ ପ୍ରୀତି ବ୍ୟାଚ୍ମେଟ୍ ଏବଂ ଉଭୟ ୨୦୧୮ରେ ଦିଲ୍ଲୀ ପୁଲିସରେ ଯୋଗ ଦେଇଥିଲେ। ଏ ସଂକ୍ରାନ୍ତରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ ହୋଇଛି।
Follow Us