ନୂଆ ଫୋନ କିଣିବା ପରେ ଖାଇବାକୁ ନଦେବାରୁ ନାବାଳକଙ୍କୁ ହତ୍ୟା କଲେ ୩ସାଙ୍ଗ

ନୂଆ ଫୋନ କିଣିବା ପରେ ଖାଇବାକୁ ନଦେବାରୁ ନାବାଳକଙ୍କୁ ହତ୍ୟା କଲେ ୩ସାଙ୍ଗ । ନୂଆ ‌ଫୋନ କିଣି ମୃତକ ନିଜ ସାଙ୍ଗ ସହ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ସାଙ୍ଗମା‌ନେ ଆକ୍ରମଣ କରିଥିବା ଜଣାଯାଇଛି।

vbn

ନୂଆଦିଲ୍ଲୀ: ନୂଆ ଫୋନ କିଣିବା ପଡ଼ିଲା ମହଙ୍ଗା । ସାଙ୍ଗମାନଙ୍କୁ ଖାଇବାକୁ ନ‌ଦେବାରୁ ଛୁରୀ ଭୁସି କଲେ ହତ୍ୟା । ଏଭଳି ଛାତି ଥରାଇ ଦେବା ଭଳି ଘଟଣା ଘଟିଛି ଦିଲ୍ଲୀର ଶକରପୁର ଅଞ୍ଚଳରେ । ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇନାହିଁ ବୋଲି ଜଣାଯାଇଛି ।

ପୁଲିସର କହିବା ମୁତାବକ, ମୃତକ ସଚିନ୍(୧୬) ନିଜ ସାଙ୍ଗ ସହ ନୂଆ ଫୋନ କିଣିବାକୁ ଯାଇଥିଲେ । ଫୋନ କିଣି ଆସୁଥିବା ବେଳେ ସେ ନୂଆ ଫୋନ କିଣିଥିବା ନେଇ ନିଜର ଅନ୍ୟ ୩ଜଣ ସାଙ୍ଗଙ୍କ ପାଖକୁ ଯାଇ ଜଣାଇଥିଲେ । ନୂଆ ଫୋନ ବିଷୟରେ ଶୁଣି ସାଙ୍ଗମା‌ନେ ଖାଇବାକୁ ‌ମାଗିଥିଲେ । ହେଲେ ସଚିନ୍ ଖାଇବାକୁ ଦେବାକୁ ମନା କରି ଦେଇଥିଲେ । ଏ‌ହାକୁ ନେଇ ଝଗଡ଼ା ଆରମ୍ଭ ହେବା ସହ ୩ଜଣ ଅଭିଯୁକ୍ତ, ସଚିନଙ୍କୁ ଆକ୍ରମଣ କରିଥିଲେ। ଛୁରୀରେ ତାଙ୍କୁ ୨ଥର ଭୁସିବା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ସଚିନଙ୍କୁ ଡାକ୍ତରଖାନା ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପକ୍ଷରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ରାସ୍ତାରେ ରକ୍ତ ପଡ଼ିଥିବା ଦେଖି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବାରୁ ଘଟିଥିବା ଅଘଟଣ ବି‌ଷୟରେ କହିଥିଲେ ଲୋକେ । ଏମଧ୍ୟରେ ପୁଲିସକୁ ଡାକ୍ତରଖାନାରୁ ଫୋନ ଆସିବା ପରେ ପୁଲିସ ସଚିନର ମୃତ୍ୟୁ ହୋଇସାରିଥିବା ଜାଣିପାରିଥିଲା । ଏବେ ଏତଲା ରୁଜୁ ହୋଇଥିବା ବେଳେ ପୁଲିସ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ।

ଏ ଖବର ପଢ଼ନ୍ତୁ- https://sambad.in/india-and-beyond/bengaluru-womans-husband-suspects-lovers-role-after-her-body-parts-found-in-fridge-7089775

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe