ମାଡ଼ ମାରୁଥିବାରୁ ପ୍ରେମିକକୁ ହତ୍ୟା କଲେ ବିଧବା ମହିଳା

ସବୁବେଳେ ମଦ ପିଇ ମାଡ଼ ମାରୁଥିବାରୁ ପ୍ରେମିକକୁ ହତ୍ୟା କଲେ ବିଧବା ମହିଳା | ହତ୍ୟା ଭଳି ଅପରାଧ କରିବା ପରେ ପୁଲିସ ଷ୍ଟେସନ ଯାଇ କଲେ ଆତ୍ମସମର୍ପଣ | ଦିଲ୍ଲୀରେ ଘଟିଛି ଏଭଳି ଘଟଣା |

ert

ନୂଆଦିଲ୍ଲୀ: ସବୁବେଳେ ମଦ ପିଇ ମାଡ଼ ମାରୁଥିବାରୁ ପ୍ରେମିକକୁ ହତ୍ୟା କଲେ ବିଧବା ମହିଳା | ହତ୍ୟା ଭଳି ଅପରାଧ କରିବା ପରେ ପୁଲିସ ଷ୍ଟେସନ ଯାଇ କଲେ ଆତ୍ମସମର୍ପଣ | ଦିଲ୍ଲୀର ମୁକୁନ୍ଦପୁରରେ ଘଟିଛି ଏଭଳି ଘଟଣା | ମୃତକଙ୍କ ନାମ ମହମ୍ମଦ ତାୱାର୍କ ଓରଫ ସାହିଲ ଖାନ ବୋଲି ଜଣାପଡିଛି | ତେବେ ଆତ୍ମସମର୍ପଣ ପରେ ଏବେ ୨୮ବର୍ଷିୟ ମହିଳାଙ୍କୁ ଗିରଫ କରିଛି ପୁଲିସ |

ତଦନ୍ତ ପରେ ପୁଲିସ କହିଛି ଯେ, ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ୨୦୧୮ରେ ମୃତ୍ୟୁବରଣ କରିଥିଲେ | ସ୍ୱାମୀ ଛାଡି ଚାଲିଗଲା ପରେ ଗୋଟାଏ ଝିଅ ଓ ତିନି ପୁଅଙ୍କ ଦାୟିତ୍ୱ ମହିଳାଙ୍କ ମୁଣ୍ଡରେ ଥିଲା | ସ୍ୱାମୀଙ୍କ ମୃତ୍ୟୁ ପରଠାରୁ ସେ ମୁକୁନ୍ଦପୁରରେ ରହୁଥିଲେ ଏବଂ ଗତ ଦୁଇ ବର୍ଷ ହେଲାଣି ଖାନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା | ଖାନ ମଧ୍ୟ ବିବାହିତ ଥିବା ବେଳେ ତାଙ୍କର ଗୋଟାଏ ସନ୍ତାନ ଥିଲା | ବିବାହିତ ହୋଇ ବି ସେ ଅଭିଯୁକ୍ତଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ, ଯାହା ଆଜି ତାଙ୍କ ପାଇଁ କାଳ ହୋଇଛି | 

ପୁଲିସର କହିବା ମୁତାବକ, ମୃତକ, ଅଭିଯୁକ୍ତଙ୍କ ସହ ସମ୍ପର୍କ ରଖିଥିଲେ ବି ତାଙ୍କୁ ଓ ତାଙ୍କ ପିଲାଙ୍କୁ ମଦ ପିଇ ମାଡ଼ ମାରୁଥିଲେ | ଘଟଣାଦିନ ବି ଏଭଳି କରିବାରୁ ଅଭିଯୁକ୍ତ ମହିଳା ରାଗରେ ପଥର, ହାତୁଡି ଓ ଛୁରୀ ସାହାଯ୍ୟରେ ତାଙ୍କୁ ହତ୍ୟା କରିଥିଲେ | ହତ୍ୟା ପରେ ସେ ଫେରାର ନହୋଇ ଆତ୍ମସମର୍ପଣ କରିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe