ଅବୈଧ ସଂପର୍କ ଥିବା ସନ୍ଦେହ ନେଲା ଜୀବନ: ପତ୍ନୀ ପାଇଁ ଭାଇକୁ ହତ୍ୟା କଲା ଭାଇ

ଅବୈଧ ସଂପର୍କ ଥିବା ସନ୍ଦେହ ନେଲା ଜୀବନ: ପତ୍ନୀ ପାଇଁ ଭାଇକୁ ହତ୍ୟା କଲା ଭାଇ

aajtak

ନୂଆଦିଲ୍ଲୀ: ସନ୍ଦେହ ନେଲା ଜୀବନ। ପତ୍ନୀ ସହ ଅବୈଧ ସଂପର୍କ ଥିବା ସନ୍ଦେହ କରି ଭାଇକୁ ହତ୍ୟା କଲା ଭାଇ। ହତ୍ୟା ୫ଦିନ ପୂର୍ବରୁ ହୋଇଥିବା ବେଳେ ଏବେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।

ସୂଚନା ମୁତାବକ, ଗତ ଜାନୁଆରି ୨୦ରେ ଶିବ ବିହାର ମେଟ୍ରୋ ଷ୍ଟେସନ ପାଖରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବାର ଖବର ପାଇଥିଲା ପୁଲିସ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଯୁବକଙ୍କୁ ଡାକ୍ତରଖାନାକୁ ପଠାଇଥିଲା। ହେଲେ ଡାକ୍ତର ସେଠାରେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ।

ହତ୍ୟା କରାଯାଇଥିବା ସନ୍ଦେହ କରି ପୁଲିସ ମୃତଦେହ ମିଳିଥିବା ସ୍ଥାନର ସିିସିଟିଭି ଦେଖିବା ସହ ମୃତ ଯୁବକର କଲ ରେକର୍ଡ ଯାଞ୍ଚ କରିଥିଲା। ଗୋଟେ ନମ୍ବରକୁ ମୃତକଜଣକ ଅଧିକ କଲ କରିଥିବା ଦେଖିବା ପରେ ‌ତାହା ଯୁବକଙ୍କ ସଂପର୍କୀୟ ଭାଇଙ୍କ ନମ୍ବର ବୋଲି ଜଣାପଡ଼ିଥିଲା। ଏହା ପରେ ପୁଲିସ ଯୁବକଙ୍କ ସଂପର୍କୀୟ ଭାଇକୁ ଡ଼ାକି ପଚରାଉଚରା କରିବା ପରେ ସବୁ ସତ ଜଣାପଡ଼ିଥିଲା। ଅଭିଯୁକ୍ତର ପତ୍ନୀ ସହ ମୃତକ ଅବୈଧ ସଂପର୍କ ରଖିଥିବା ସନ୍ଦେହ କରି ଅଭିଯୁକ୍ତ ଏଭଳି ଅପରାଧ କରିଥିବା ଜଣାପଡ଼ିଥିଲା। ପତ୍ନୀ ସହ କ’ଣ ସଂପର୍କ ରହିଛି ବୋଲି ପଚାରିଥିଲେ ମଧ୍ୟ ମୃତକ ଅଭିଯୁକ୍ତକୁ କିଛି କହିନଥିଲେ। ଏହା ପରେ ରାଗରେ ଅଭିଯୁକ୍ତ ନିଜ ଭାଇକୁ ହତ୍ୟା କରିଥିବା ସାମ୍ନାକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe