ଚାଳକ ସହ ଝଗଡ଼ା ହେବାରୁ ଇ-ଅଟୋରିକ୍ସା ନେଇ ପଳାଉଥିଲେ ମହିଳା, ଅଟକାଇଲେ ସ୍ଥାନୀୟ ଲୋକେ

(Photo Credits: IANS)

ନୂଆଦିଲ୍ଳୀ: ଜାତୀୟ ରାଜଧାନୀ ଦିଲ୍ଳୀରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ଇ-ଅଟୋରିକ୍ସା ଚାଳକଙ୍କ ସହ ସାମାନ୍ୟ କଥା କଟାକଟି ହେବା ପରେ ଜଣେ ମହିଳା ରିକ୍ସାକୁ ଚୋରାଇବା ଉଦ୍ୟମ କରିଥିବା ଜାଣିବାକୁ ମିଳିଛି।

ଘଟଣାଟି ଦିଲ୍ଳୀର ମଙ୍ଗଳବାର ଦିଲ୍ଳୀର ପହରଗଞ୍ଜ ଅଞ୍ଚଳରେ ଘଟିଛି। ଏପରି ଦୁଃସାହସ କରିଥିବା ୪୦ ବର୍ଷୀୟା ମହିଳା ପୁଲିସ୍‌ ଗିରଫ କରିଛି। ମହିଳା ଜଣକ ଅଟୋ ଧରି ପଳାଇବାକୁ ବାହାରିଥିବା ବେଳେ ଦେଖଣାହାରୀମାନେ ତାଙ୍କୁ ଅଟକାଇବା ପରେ ପୁଲିସ୍‌ରେ ଖବର ଦେଇଥିଲେ।

ଚାଳକ ଅଭିଷେକ କୁମାର ସଦର ଥାନା ରୋଡ୍‌ରେ ଯାତ୍ରୀଙ୍କୁ ଅପେକ୍ଷା କରି ଛିଡ଼ା ହୋଇ ରହିଥିଲେ। ରେଣୁ ଆସି ଅଟୋରେ ଯିବା ପାଇଁ କହିବା ସହ ପଛ ସିଟ୍‌ରେ ନ ବସି ଡ୍ରାଇଭର୍‌ ସିଟ୍‌ ପାଖରେ ବସିଥିଲେ। ଚାଳକ ତାଙ୍କୁ ପଛରେ ବସିବାକୁ କହିବାରୁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ଏହି କଥାକୁ ନେଇ ମହିଳା ଅଟୋ ଚଳାଇ ପଳାଇବା ଚେଷ୍ଟା କରିଥିଲେ। ଅଟୋ ଚାଳକ ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଧାଇଁ ଆସି ତାଙ୍କୁ ସମର୍ଥର୍ନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe