Daily Sun
ନୂଆଦିଲ୍ଲୀ : ଦିଲ୍ଲୀର ପାଲମରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଥମେ ଜଣେ ୩୫ବର୍ଷିଅ ଯୁବକ ୧୩ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିବା ସହ ପରେ ମାମଲାର ରଫାଦଫା କରିବାକୁ ଯାଇ ନିଜ ୨୫ବର୍ଷିଅ ସାନ ଭାଇକୁ ପୀଡ଼ିତାଙ୍କ ସହ ବିବାହ କରାଇବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୀଡ଼ିତାଙ୍କ ପରିବାର ଲୋକେ ଗରିବ ହୋଇଥିବାରୁ ଏହାର ଫାଇଦା ଉଠାଇ ନିଜ ଦୋଷକୁ ଲୁଚାଇବାକୁ ବସିଥିଲା ଅଭିଯୁକ୍ତ । କିନ୍ତୁ ଠିକ୍ ସମୟରେ ପୀଡ଼ିତାଙ୍କ ଘରେ ମହିଳା ଆୟୋଗର ଟିମ୍ ପହଞ୍ଚି ବିବାହକୁ ରୋକିବା ସହ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ସୂଚନା ରହିଛି।
ସୂଚନା ମୁତାବକ, ପୀଡ଼ିତାଙ୍କ ମା’ ପର ଘରେ କାମ କରୁଥିବା ବେଳେ ତାଙ୍କ ବାପା ଜଣେ ଦିନ ମଜୁରିଆ। ଏଭଳି ପରିସ୍ଥିତିରେ ଝିଅ ଦୁଷ୍କର୍ମର ଶିକାର ହେବା ପରେ ସେମାନେ ଏହାର ଅଭିଯୋଗ କରିବା ପାଇଁ ଚିନ୍ତା କରିଥିଲେ। କିନ୍ତୁ ଅଭିଯୁକ୍ତ ପୀଡ଼ିତାଙ୍କ ପରିବାରକୁ ତାଙ୍କ ଆର୍ଥିକ ଅବସ୍ଥା ବିଷୟରେ ମନେ ପକାଇଦେବା ସହ ତୁମ ଝିଅକୁ କେହି ବିବାହ କରିବେ ନାହିଁ ବୋଲି କହି ପ୍ରବର୍ତ୍ତାଇଥିଲେ। ଏହା ସହ ଅଭିଯୋଗ ନ କରି ତାଙ୍କ ସାନ ଭାଇ ସହ ବିବାହ କରାଇ ଦେବାକୁ ପ୍ରସ୍ତାବ ଦେଇଥିଲେ । ଅନ୍ୟ କିଛି ବାଟ ନ ପାଇ ପୀଡ଼ିତାଙ୍କ ପରିବାର ଲୋକେ ବିବାହ ପାଇଁ ରାଜି ହୋଇ ଯାଇଥିଲେ । ଏ ବିଷୟରେ ଚାରିଆଡ଼େ ଚର୍ଚ୍ଚା ହେବା ପରେ କେହି ଜଣେ ମହିଳା ଆୟୋଗକୁ ଫୋନ କରି ପୂରା ଘଟଣା ବିଷୟରେ ଜଣାଇଥିଲେ ।
The Conservative Womanଖବର ପାଇ ମହିଳା ଆୟୋଗର ଟିମ୍ ପୀଡ଼ିତାଙ୍କ ଘରେ ପହଞ୍ଚି ପୀଡ଼ିତାଙ୍କୁ ବିବାହ ପାଇଁ ଉତ୍ତରପ୍ରଦେଶ ନିଆଯିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିବାର ଦେଖିବାକୁ ପାଇଥିଲେ । ଏହା ପରେ ମହିଳା ଆୟୋଗ ପକ୍ଷରୁ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ଆସି ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା । ଏହା ସହ ପୂରା ଘଟଣା ବିଷୟରେ ଜାଣି ପୁଲିସ ଏବେ ମୁଖ୍ୟ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ।
Follow Us