ନକଲି ‌‌ଫୋନକୁ ପ୍ୟାକେଟ୍ ଭିତରେ ଭର୍ତ୍ତି କରି ଗ୍ରାହକଙ୍କୁ ଦେଉଥିଲା ଡେଲିଭରି ବଏ, ସାମ୍ନାକୁ ଆସିଲା ଘଟଣା

Advertisment
ନକଲି ‌‌ଫୋନକୁ ପ୍ୟାକେଟ୍ ଭିତରେ ଭର୍ତ୍ତି କରି ଗ୍ରାହକଙ୍କୁ ଦେଉଥିଲା ଡେଲିଭରି ବଏ, ସାମ୍ନାକୁ ଆସିଲା ଘଟଣା

timesnownews.com

ଭୋପାଳ:  ମଧ୍ୟପ୍ରଦେଶର ଏକ କୋରିଓର କମ୍ପାନିରେ କାମ କରୁଥିବା ଡେଲିଭରି ବଏର ଅସଲ ଚେହେରା ସାମ୍ନାକୁ ଆସିଛି। ବିଭିନ୍ନ ସପିଂ ସାଇଟରୁ ଆସୁଥିବା ଅସଲି ଫୋନକୁ ନକଲି ଫୋନ ସହ ବଦଳାଇ କିଭଳି ଯୁବକଜଣଙ୍କ ଗ୍ରାହକଙ୍କୁ ଦେଉଛନ୍ତି, ତାହା ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ନକଲି ଫୋନ ପାଇବା ପରେ ଲୋକ‌େ ସପିଂ ସାଇଟରେ ଅଭିଯୋଗ କରିବା ପରେ ସପିଂ ସାଇଟ ପକ୍ଷରୁ ଏ ନେଇ ତଦନ୍ତ କରାଯାଇଥିଲା।  ପରେ ଡେଲିଭରି ବଏ ହିଁ ଏଭଳି ଅଦଳବଦଳ କରୁଥିବା ସାମ୍ନାକୁ ଆସିଥିଲା। ପ୍ରକୃତ ଘଟଣା ସ୍ପଷ୍ଟ ହେବା ପରେ ଅଶୋକା ଗାର୍ଡେନ ପୁଲିସରେ ଏ ନେଇ ଅଭିଯୋଗ କରାଯାଇଛି। ଅଭିଯୋଗ ରଖି ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତର ନାଁ ଅରବାଜ୍ ଅନସାରୀ ବୋଲି ଚିହ୍ନଟ କରିଛି ।

Image result for Delivery boy Dribbble

ପୁଲିସର କହିବା ମୁତାବକ, ଗ୍ରାହକଙ୍କ ବାରମ୍ବାର ଅଭିଯୋଗ ଆସିବା ପରେ କୋରିଓର କମ୍ପାନିର ମାଲିକ ମହେଶ କୁମାର ଆମ ପାଖରେ ପହଞ୍ଚିଥିଲେ। ଯାହା ପରେ ଡେଲିଭରିର ରେକର୍ଡ ଚେକ୍ କରାଯାଇଥିଲା। ଚେକ୍ କରିବା ପରେ ଯେଉଁମାନଙ୍କୁ ନକଲି ଫୋନ ଡେଲିଭର କରାଯାଇଛି, ସେମାନଙ୍କୁ ଅରବାଜ୍ ଅନସାରୀ ଡେଲିଭର କରିବାକୁ ଯାଇଥିଲେ ବୋଲି ସ୍ପଷ୍ଟ ହୋଇଥିଲା। ଏ ନେଇ ଅରବାଜ୍ ଅନସାରୀ ବିରୋଧରେ ଏତଲା ଲେଖାଯାଇଥିବା ବେଳେ ଫେରାର ଅଭିଯୁକ୍ତକୁ ପୁଲିସ ଖୋଜିବା ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe