ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଇଞ୍ଜିନିୟର ଖାଇଲେ ଚପଲମାଡ଼

Advertisment

ମଧ୍ୟପ୍ରଦେଶର ଗ୍ବାଲିୟରରେ ପିଡବ୍ଲୁଡିରେ କାର୍ଯ୍ୟରତ ଥିବା ଜଣେ ଇଞ୍ଜିନିୟର ଯୁବତୀଙ୍କୁ ଚାକିରି ଦେବାର ଲୋଭ ଦେଖାଇ ଶାରୀରିକ ସମ୍ପର୍କ ପାଇଁ ଚାପ ପକାଇଥିଲେ। ଖାଇଲେ ଚପଲ ମାଡ଼।

Updated On

ମଧ୍ୟପ୍ରଦେଶର ଗ୍ବାଲିୟରରେ ପିଡବ୍ଲୁଡିରେ କାର୍ଯ୍ୟରତ ଥିବା ଜଣେ ଇଞ୍ଜିନିୟର ଯୁବତୀଙ୍କୁ ଚାକିରି ଦେବାର ଲୋଭ ଦେଖାଇ ଶାରୀରିକ ସମ୍ପର୍କ ପାଇଁ ଚାପ ପକାଇଥିଲେ। ଖାଇଲେ ଚପଲ ମାଡ଼।

ଅଦ୍ୟତନ ହୋଇଛି
weqw

ନୂଆଦିଲ୍ଲୀ: ଧ୍ୟପ୍ରଦେଶର ଗ୍ବାଲିୟରରେ ଜଣେ ଯୁବତୀ ପିଡବ୍ଲୁଡିରେ କାର୍ଯ୍ୟରତ ଥିବା ଜଣେ ଇଞ୍ଜିନିୟରଙ୍କୁ ଚପଲରେ ମାଡ଼ ମାରିଥିବା ଘଟଣା ସାମ୍ନାକୁ ଆସିଛି। ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବାରୁ ଯୁବତୀ ଜଣକ ଇଞ୍ଜିନୟରଙ୍କୁ ଚପଲରେ ପିଟିଥିବା କୁହାଯାଉଛି। ଅଭିଯୁକ୍ତ ଇଞ୍ଜିନିୟରଙ୍କ ନାମ ରାମସ୍ବରୂପ କୁଶବାହ ବୋଲି ଜଣାପଡ଼ିଛି। 

ସୂଚନାଯୋଗ୍ୟ,ପିଡବ୍ଲୁଡି ପଦରେ କାର୍ଯ୍ୟରତ ସବଇଞ୍ଜିନିୟର ରାମସ୍ବରୂପ କୁଶବାହ ଦାତିୟାରେ ବସବାସ କରନ୍ତି।  ରାମସ୍ବରୂପଙ୍କ ବିରୋଧରେ ଯୁବତୀ ଅଭିଯୋଗ କରି କହିଛନ୍ତି, ‘ସବଇଞ୍ଜିନିୟର ରାମସ୍ବରୂପ କୁଶବାହ ମୋତେ ଡବରା ରେଷ୍ଟ ହାଉସକୁ କିଛି କାମ ପାଇଁ କଥା ଅଛି କହି ଡକାଇଥିଲେ। ଏହାପୂର୍ବରୁ ସେ ମୋତେ ଚାକିରି ଦେବେଦେବେ କହି ଅନେକ ହଇରାଣ କରି ଆସିଛନ୍ତି। 

ମୁଁ ରେଷ୍ଟ ହାଉସରେ ପହଞ୍ଚିବା ପରେ କେହି ନଥିବାର ସୁଯୋଗ ନେଇ ମୋ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାପ ପକାଇଥିଲେ। ମୁଁ ତାଙ୍କ କବଳରୁ ବଞ୍ଚିବା ପାଇଁ ଚପଲ ମାଡ଼ କରି ରେଷ୍ଟ ରୁମରୁ ବାହାରକୁ ଚାଲି ଆସିଥିଲି। ଆଉ ପ୍ରମାଣ ଭାବେ ଘଟଣାକୁ ଫୋନରେ ରେକର୍ଡ କରିବା ଆରମ୍ଭ କରିଥିଲି।’

ଏହି ଘଟଣାକୁ ନେଇ ଇଞ୍ଜିନିୟର କହିଛନ୍ତି, ‘ମୁଁ କାମରେ ବ୍ୟସ୍ତ ଥିବା ବେଳେ ଯୁବତୀଙ୍କ ସହିତ ଦୁଇଜଣ ଯୁବକ ମୋ ପାଖକୁ ଆସି ମାଡ଼ ମାରିବା ଆରମ୍ଭ କରିଥିଲେ। ସେମାନେ ଏପରି କାହିଁକି କରିଥିଲେ ସେ ବିଷୟରେ ମୁଁ ଜାଣି ନାହିଁ। ମୋ ଶରୀର ଅସୁସ୍ଥ ଅଛି। ତେଣୁ ଏହାଠାରୁ ବେଶୀ କଥା ମୁଁ ହୋଇପାରିବି ନାହିଁ।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe