ଲୁଙ୍ଗି ପିନ୍ଧିଥିବା ହେତୁ ରେଷ୍ଟୁରାଣ୍ଟରେ ମିଳିଲାନି ପ୍ରବେଶ ଅନୁମତି, ପୁଲିସ୍‌ ଷ୍ଟେସନ୍‌ ଗଲେ ଅଭିଯୋଗକାରୀ

Advertisment

Photo Credit: Getty Images

ତିରୁବନନ୍ତପୁରମ୍‌: କେରଳର କୋଜିକୋଡଠାରେ ଥିବା ଏକ ପ୍ରିମିୟମ୍‌ ହୋଟେଲ୍‌ର ରୁଫ୍‌ଟପ୍‌ ବାର୍‌କୁ ଲୁଙ୍ଗି ପିନ୍ଧି ଯାଇଥିବା ହେତୁ ବୁଧବାର କିଛି ଲୋକଙ୍କୁ ପ୍ରବେଶ କରିବାର ସୁଯୋଗ ନ ମିଳିବା ପରେ ହୋଟେଲ୍‌ ବାହାରେ ଦଳେ ଲୋକ ବିକ୍ଷୋଭ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି। ବିକ୍ଷୋଭକାରୀମାନେ ଅଭିଯୋଗ ଆଣିଛନ୍ତି ଯେ ସେମାନେ ଲୁଙ୍ଗି ପିନ୍ଧି ଯାଇଥିବା ହେତୁ ହୋଟେଲ୍‌ ‘ସି କୁଇନ୍‌’ରେ ସେମାନଙ୍କୁ ପ୍ରବେଶ କରିବାକୁ ଦିଆଯାଇ ନଥିଲା। ଏହି ଘଟଣା ଘଟିବା ପରେ ଲୁଙ୍ଗିକୁ ଏକ ସାମାଜିକ ପୋଷାକ ଭାବେ ସ୍ୱୀକୃତି ମିଳିଛି କି ନାହିଁ ସେ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ରୀତିମତ ତର୍କ ଲାଗି ରହିଛି।

publive-image Deccan Chronicle

ଅଭିଯୋଗକାରୀ କରିମ୍‌ ଚେଲେମ୍ବ୍ରା ଅଭିଯୋଗ ଆଣି କହିଛନ୍ତି ଯେ ସେ ହୋଟେଲ୍‌ର ପ୍ରିମିୟମ୍‌ େଷ୍ଟେୁରାଣ୍ଟ୍‌କୁ ଲୁଙ୍ଗି ପିନ୍ଧି ତାଙ୍କ ବନ୍ଧୁମାନଙ୍କ ସହ ଯାଇଥିଲେ। ସେ ସମୟରେ ହୋଟେଲ୍‌ ମ୍ୟାନେଜର୍‌ ଆସି ତାଙ୍କୁ କହିଥିଲେ ଯେ ଲୁଙ୍ଗି ପିନ୍ଧିଥିବା ହେତୁ ସେମାନଙ୍କୁ ହୋଟେଲ୍‌ରେ ପ୍ରବେଶ ଅନୁମତି ମିଳିବ ନାହିଁ। ବ୍ୟକ୍ତି ଜଣକ ସେଠାରୁ ଫେରି ପୁଲିସ୍‌ ଷ୍ଟେସନ୍‌ ଯାଇ ହୋଟେଲ୍‌ ବିରୋଧରେ ଅଭିଯୋଗ ଆଣିବା ସହ ନିଜର କିଛି ବନ୍ଧୁଙ୍କ ସହ ମିଶି ହୋଟେଲ୍‌ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe