ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଭୟଭୀତ କରି ୭ଥର ଦୁଷ୍କର୍ମ କରିଥିବା ଦାନ୍ତ ଡାକ୍ତରଙ୍କୁ ମିଳିଲା ଉଚିତ ଦଣ୍ଡ

Advertisment
ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଭୟଭୀତ କରି ୭ଥର ଦୁଷ୍କର୍ମ କରିଥିବା ଦାନ୍ତ ଡାକ୍ତରଙ୍କୁ ମିଳିଲା ଉଚିତ ଦଣ୍ଡ

ନୂଆଦିଲ୍ଲୀ: ସମାଜରେ ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ ବୋଲି ଲୋକେ କହିଥାଆନ୍ତି। କାରଣ ମଣିଷ ଜୀବନକୁ ଭଗବାନଙ୍କ ପରେ ସେହି ଡାକ୍ତର ହିଁ ବଞ୍ଚାଇ ପାରିଥାଆନ୍ତି। କିନ୍ତୁ ରାଜସ୍ଥାନର ଜାଲୋର ଜିଲ୍ଲାର ଭିନମାଲ ସହରର ଜଣେ ଡାକ୍ତର ଏମିତି ଏକ ନିଚ କାମ କରିଛନ୍ତି ଯାହାକୁ ନେଇ ଲୋକେ କଡ଼ା ସମାଲୋଚନା କରୁଛନ୍ତି।

ସୂଚନାଯୋଗ୍ୟ, ଭିନମାଲ ସହରରେ ଦାନ୍ତ ଡାକ୍ତର ସୁରେଶ ସୁନ୍ଦେଶାଙ୍କ ଏକ କ୍ଲନିକ ଅଛି। ପ୍ରତିଦିନ ଦାନ୍ତ ଡାକ୍ତର ଥିବା ସୁରେଶଙ୍କ ପାଖକୁ ଅନେକ ରୋଗୀ ଚିକିତ୍ସା ପାଇଁ ଆସିଥାଆନ୍ତି। ଏହି କ୍ରମରେ ଜଣେ ମହିଳା ବି ଦାନ୍ତ ଯନ୍ତ୍ରଣା ନେଇ ଚିକିତ୍ସା ପାଇଁ ସୁରେଶଙ୍କ ପାଖକୁ ଆସିଥିଲେ।

ସୁରେଶ ଉକ୍ତ ମହିଳାଙ୍କ ଦାନ୍ତ ଚିକିତ୍ସା କରିବା ନାମରେ ଆନାସ୍ଥିସିଆ ଦେଇଥିଲେ। ଯାହାଫଳରେ ମହିଳା ଅଚେତ ହୋଇଯାଇଥିଲେ। ଏହାର ସୁଯୋଗ ନେଇ ଡାକ୍ତର  ଅଚେତ ମହିଳାଙ୍କୁ ଦୁଷ୍କର୍ମ କରି ତାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଉଠାଇ ରଖିଥିଲେ।

ପରେ ଏହାକୁ ଭାଇରାଲ କରିବାର ଧମକ ଦେଇ ଡାକ୍ତର ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିବାକୁ ଲାଗିଥିଲେ। ମହିଳା ଜଣକ ବିବାହିତ। ସେ ଡାକ୍ତରଙ୍କ ଧମକରେ ଭୟଭୀତ ହୋଇଯାଇଥିଲେ, ତେଣୁ କାହାକୁ କିଛି କହି ନଥିଲେ।

ଶେଷରେ ମହିଳା ଡାକ୍ତରଙ୍କ ନିର୍ଯାତନା ଆଉ ସହି ପାରିଲେ ନାହିଁ ଯାହା ହେବ ‌ଦେଖାଯିବ ବୋଲି ସ୍ଥିର କରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe