ଭଣଜା ପ୍ରେମରେ ପଡ଼ି ସ୍ବାମୀକୁ ହତ୍ୟା କରି ସୁଟ୍‌କେଶରେ ଭରିଲା ମାଇଁ

qwr

ଦେଓରିଆ: ମିରଟରେ ହୋଇଥିବା ନୀଳ ଡ୍ରମ୍ ଘଟଣାକୁ ଲୋକମାନେ ଏପର୍ଯ୍ୟନ୍ତ ଭୁଲି ନଥିବା ବେଳେ ଏବେ ଉତ୍ତରପ୍ରଦେଶର ଦେଓରିଆରେ ଏକ ସେଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ, ପତ୍ନୀ ରଜିଆ ସୁଲତାନ ତାଙ୍କ ପ୍ରେମିକ ତଥା ତାଙ୍କ ଭଣଜା ସହିତ ମିଶି ସ୍ୱାମୀ ନୌସାଦଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଜଣାଯାଇଛି। ହତ୍ୟା ପରେ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ୬୦କିଲୋମିଟର ଦୂରରେ ଥିବା ଏକ ନିର୍ଜନ ଅଞ୍ଚଳରେ ଅଭିଯୁକ୍ତମାନେ ଫିଙ୍ଗି ଦେଇଥିଲେ ବୋଲି ସାମ୍ନାକୁ ଆସିଛି। ମୃତକଙ୍କ ସ୍ତ୍ରୀ ତାଙ୍କ ଶବକୁ ସେହି ସୁଟକେସରେ ପ୍ୟାକ୍ କରିଥିଲେ ଯେଉଁଥିରେ ନୌସାଦ ଦୁବାଇରୁ ଭାରତ ଆସିବା ସମୟରେ ତାଙ୍କର ଜିନିଷପତ୍ର ଆଣିଥିଲେ।

ସୂଚନା ମୁତାବକ, ୩୦ବର୍ଷୀୟ ନୌସାଦ ସାଉଦି ଆରବରେ ଶ୍ରମିକ ଭାବରେ କାମ କରି ନିଜ ପରିବାର ଚଳାଉଥିଲେ। ସେ ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ବିଦେଶରୁ ଫେରିଥିଲେ। ଦୁଇଟି ବଡ଼ ସୁଟକେସ୍ ଧରି ସେ ଘରକୁ ଆସିଥିଲେ। କିନ୍ତୁ ତାଙ୍କୁ ଜଣାନଥିଲା ଯେ ତାଙ୍କ ସ୍ତ୍ରୀ ରଜିଆ, ଭଣଜା ରୋମାନକୁ ଭଲ ପାଉଛନ୍ତି। ନୌସାଦ ଘରକୁ ଫେରିବା ପରେ ରୋମାନ ଓ ରଜିଆ ପରସ୍ପରକୁ ଭେଟି ପାରିନଥିଲେ। ନୌସାଦ ଦୁହିଁଙ୍କ ପ୍ରେମରେ କଣ୍ଟା ବୋଲି ଭାବି ସେମାନେ ହତ୍ୟା କରିବାକୁ ଯୋଜନା କରିଥିଲେ। ଏକ ଧାରୁଆ ଅସ୍ତ୍ରରେ ନୌସାଦଙ୍କୁ ଦୁହେଁ ହତ୍ୟା କରିବା ପରେ ସୁଟ୍‌କେଶରେ ମୃତଦେହ ରଖି ୬୦କିଲୋମିଟର ଦୂରରେ ଥିବା ଏକ ଧାନ ବିଲରେ ଫିଙ୍ଗିଥିଲେ। ସ୍ଥାନୀୟ ଲୋକଙ୍କ ନଜରକୁ ସୁଟ୍‌କେଶ ଆସିବା ପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଟ୍‌କେଶ ଖୋଲିବା ପରେ ଭିତରୁ ନୌସାଦଙ୍କ ମୃତଦେହ ମିଳିଥିଲ। ତଦନ୍ତ ପରେ ରଜିଆକୁ ପୁଲିସ ଗିରଫ କରିଥିବା ବେଳେ ସେ ନିଜର ଦୋଷ ସ୍ବୀକାର କରିନେଇଛି। ରୋମାନ ଏବେ ଫେରାର ଥିବାରୁ ତାକୁ ଖୋଜୁଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe