ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ‘ହ୍ଵାଏ ଆଇ ଷ୍ଟାଣ୍ଡ’ ଭାଷଣ ଚାଲିଥିବା ବେଳେ ପୁଲସି ସମ୍ମୁଖରେ ଜଣେ ନେତ୍ରୀଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ଦେବରାଜ କଲେଜରେ ନିର୍ବାଚନ ପାଇଁ ଭାଷଣ ଚାଲିଥିବା ବେଳେ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସାଧାରଣ ସମ୍ପାଦକ ପ୍ରାର୍ଥୀ ଆକ୍ରମଣ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ କରାଯାଇଛି। ସବୁଠାରୁ ର୍ଦୁଭାଗ୍ୟପୂର୍ଣ୍ଣ ବିଷୟ ହେଲା ଯେ, ପୁଲିସ ଓ କଲେଜ କତ୍ତୃପକ୍ଷଙ୍କ ଆଖି ଆଗରେ ଏହି ଘଟଣା ଘଟିଛି।
ଛାତ୍ର ସଂସଦ ନିର୍ବାଚନ: ପୁଲସି ସମ୍ମୁଖରେ ଏବିଭିପି ନେତ୍ରୀଙ୍କୁ ଆକ୍ରମଣ
Advertisment
Follow Us