ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କ ଘରେ ଚଢ଼ାଉ

ଲୋଟସ୍ ୩୦୦ ପ୍ରୋଜେକ୍ଟ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ ସମୟରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ତଥା ନୋଏଡା ପ୍ରାଧିକରଣର ପୂର୍ବତନ ସିଇଓ ମୋହିନ୍ଦର ସିଂଙ୍କ ଘରୁ ୧୨କୋଟି ଟଙ୍କାର ହୀରା ଜବତ

୮୯୮

ନୂଆଦିଲ୍ଲୀ:ଲୋଟସ୍ ୩୦୦ ପ୍ରୋଜେକ୍ଟ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଦିଲ୍ଲୀ-ୟୁପିର ଅନେକ ସ୍ଥାନରେ ଚଢ଼ାଇ କରିଥିଲା। ଏହି ଚଢ଼ାଉ ସମୟରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ତଥା ନୋଏଡା ପ୍ରାଧିକରଣର ପୂର୍ବତନ ସିଇଓ ମୋହିନ୍ଦର ସିଂଙ୍କ ଚଣ୍ଡିଗଡ଼ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଥିଲା ।

 ଏହି ଚଢ଼ାଉ ସମୟରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କ ଘରୁ ପ୍ରାୟ ୧କୋଟି  ନଗଦ ଟଙ୍କା ଏବଂ ୧୨ କୋଟି ଟଙ୍କା ମୂଲ୍ୟର ହୀରା ଜବତ କରାଯାଇଛି। ବର୍ତ୍ତମାନ ମାମଲାର ତଦନ୍ତ ଚାଲିଛି। ଏଥିସହିତ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କ ଘରୁ ଇଡ଼ି ଅଧିକାରୀମାନେ ୭କୋଟି ଟଙ୍କାର ସୁନା ଅଳଙ୍କାର ଓ ସନ୍ଦିଗ୍ଧ ଦସ୍ତାବିଜ ଜବତ କରିଛନ୍ତି।

ଏହି ମାମଲାରେ ମେରଠର ବଡ ଏକ୍ସପୋର୍ଟର ତଥା ବିଲଡର ଆଦିତ୍ୟ ଗୁପ୍ତାଙ୍କ ବାସଭବନରେ ମଧ୍ୟ ଇଡ଼ି ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଇଡ଼ି ଅଧିକାରୀମାନେ ଆଦିତ୍ୟ ଗୁପ୍ତାଙ୍କ ଘରୁ  ପାଖାପାଖି ୫କୋଟି ଟଙ୍କାର ହୀରା ଅଳଙ୍କାର ଜବତ କରିଥିଲେ।

୨୦୧୮ରେ ଦିଲ୍ଲୀ ପୁଲିସର ଆର୍ଥିକ ଅପରାଧ ଶାଖା ନୋଏଡା ସେକ୍ଟର ୧୦୭ରେ ଲୋଟସ ୩୦୦ ପ୍ରୋଜେକ୍ଟର ମାମଲାରେ  ରିଏଲ ଇଷ୍ଟେଟ କମ୍ପାନି ୩ସିର ତିନିଜଣ ଡାଇରେକ୍ଟର ନିର୍ମଳ ସିଂହ, ସୁରପ୍ରୀତ ସିଂହ ଓ ବିଦୁର ଭରଦ୍ବାଜଙ୍କୁ ଗିରଫ କରିଥିଲା। ଇଓଡବ୍ଲ୍ୟୁର ଅଧିକାରୀଙ୍କ ଅନୁଯାୟୀ, ଘର କ୍ରେତାଙ୍କ ଅଭିଯୋଗରେ ମାର୍ଚ୍ଚ ୨୪, ୨୦୧୮ରେ ଏକ ଠକେଇ ମାମଲା ପଞ୍ଜିକୃତ ହୋଇଥିଲା। 

ପୁଲିସର ସୂଚନାନୁସାରେ, ଏହି ପ୍ରକଳ୍ପ ପାଇଁ କ୍ରେତାମାନଙ୍କଠାରୁ ୬୩୬ କୋଟି ଟଙ୍କା ନିଆଯାଇଥିଲା, ସେଥିମଧ୍ୟରୁ ପ୍ରାୟ ୧୯୧ କୋଟି ଟଙ୍କା ୩ସି କମ୍ପାନିର ସହାୟକ କମ୍ପାନିକୁ ହସ୍ତାନ୍ତର କରାଯାଇଥିଲା, ଯାହାର ନିର୍ମାଣ ସହିତ କୌଣସି ସମ୍ପର୍କ ନଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe