ମୋମୋ ଖାଇବା ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପରିବାରର ୪ଜଣ ସଦସ୍ୟ: ମୋମୋ ବିକ୍ରେତା ଫେରାର

ଗ୍ରେଟର ନୋଏଡାରେ ମୋମୋ ଖାଇବା ପରେ ବିଗିଡ଼ିଲା ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା । ଚିକିତ୍ସା କରୁଥିବା ଡାକ୍ତର ଦେଲେ ଏଭଳି ପ୍ରତିକ୍ରିୟା। ମୋମୋ ବିକ୍ରେତା ହୋଇଯାଇଛନ୍ତି ଫେରାର।

uytui

ନୂଆଦିଲ୍ଲୀ: ଗ୍ରେଟର ନୋଏଡାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମୋମୋ ଖାଇବା ପରେ ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି।  ସମସ୍ତ ଗୁରୁତରଙ୍କୁ କୈଳାସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ସୂଚନାଅନୁଯାୟୀ, ଗ୍ରେଟର ନୋଏଡାର ସେକ୍ଟର ଜୟୁ ସେକେଣ୍ଡରେ ସୁନିତା କସାନା ତାଙ୍କ ପରିବାର ସହିତ ବସବାସ କରନ୍ତି। ତ ମଇ ୨୫ ତାରିଖରେ ତାଙ୍କ ପୁଅ ବିଜୟ କସାନା ଆଲଫା କମର୍ସିଆଲ୍ ବେଲ୍ଟରେ ଥିବା ଏକ ଦୋକାନରୁ ମୋମୋ କିଣିଥିଲେ। ଘରକୁ ଫେରିବା ପରେ ବିଜୟ, ତାଙ୍କ ଭଉଣୀ ଦୀପିକା କସାନା, ପତ୍ନୀ ପାରୁଲ କସାନା ଏବଂ ମାଆ ସୁନିତା କସାନା ମୋମୋ ଖାଇଥିଲେ।

ଖାଇବାର କିଛି ସମୟ ପରେ ବିଜୟଙ୍କ ସମେତ ଦୀପିକା, ପାରୁଲ ଓ ସୁନିତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା।  ବାନ୍ତି, ଝାଡ଼ା ହେବା ସହିତ ପ୍ରବଳ ଜ୍ୱର ହୋଇଥିଲା।  ଅବସ୍ଥା ଗୁରୁତର ହେବା ଦେଖି ପରିବାରଲୋକ ୪ଜଣ ସଦସ୍ୟଙ୍କୁ  ତୁରନ୍ତ କୈଳାସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ବିଜୟ ମୋମୋ କିଣି ଆଣିଥିବା ଦୋକାନୀ ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

ଡାକ୍ତରଙ୍କ ଅନୁସାରେ, ମୋମୋ ଖାଇବା ପରେ ବିଜୟଙ୍କ ସମେତ ଦୀପିକା, ପାରୁଲ ଓ ସୁନିତା ଖାଦ୍ୟ ବିଷାକ୍ତତାର ଶିକାର ହୋଇଥିଲେ। ସମସ୍ତ ୪ଜଣଙ୍କ ପ୍ରାରମ୍ଭିକ ଅବସ୍ଥା ଗୁରୁତର ଥିଲା, କିନ୍ତୁ ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ଆଉ ଗୋଟିଏ କିମ୍ବା ଦୁଇ ଦିନର ଚିକିତ୍ସା ପରେ ୪ଜଣ ସଦସ୍ୟଙ୍କୁ ହସ୍ପିଟାଲରୁ ଛୁଟି କରି ଦିଆଯାଇପାରେ।

ପୀଡିତାଙ୍କ ପରିବାର ଏହି ମାମଲାରେ ପୁଲିସ ଏବଂ ଖାଦ୍ୟ ବିଭାଗରେ ଅଭିଯୋଗ କରିଛନ୍ତି। ଖାଦ୍ୟ ବିଭାଗ ଇନ୍ସପେକ୍ଟର ସର୍ବେଶ ମିଶ୍ର ପୀଡିତାଙ୍କ ଅଭିଯୋଗ ଉପରେ କହିଛନ୍ତି, ‘କୌଣସି ତଦାରଖ ବିନା ସହରରେ ଦୋକାନ ଏବଂ ଗାଡିମାନଙ୍କରେ ଖୋଲାଖୋଲି ଭାବରେ ବିଷାକ୍ତ ଏବଂ ନିମ୍ନମାନର ଅନେକ ଖାଦ୍ୟ ବିକ୍ରି ହେଉଛି। ଯାହା ଯୋଗୁଁ ଲୋକଙ୍କ ଜୀବନ ବିପଦରେ ପଡ଼ୁଛି।ଏ ସବୁର ତଦନ୍ତ କରାଯିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe