ଶାଶୁ ସହିତ ଝଗଡ଼ା କରି ରେଳଗାଡ଼ି ସାମ୍ନାରେ ତିନି ପିଲାଙ୍କୁ ଧରି ଆତ୍ମହତ୍ୟା କଲା ବୋହୂ

ଶାଶୁ ସହିତ ଝଗଡ଼ା କରି ରେଳଗାଡ଼ି ସାମ୍ନାରେ ତିନି ପିଲାଙ୍କୁ ଧରି ଆତ୍ମହତ୍ୟା କଲା ବୋହୂ

aajtak.intoday.in

ନୂଆଦିଲ୍ଲୀ: ପାରିବାରିକ କଳହର କରୁଣ ପରିଣତି। ଶାଶୁଙ୍କ ସହିତ ଝଗଡ଼ା କରି ତିନିଜଣ ନାବାଳକ ପିଲାଙ୍କୁ ଧରି ଟ୍ରେନ୍‌ ସାମ୍ନାକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାରେ ମା’ ଓ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି। ମୃତକଙ୍କ ନାମ ପ୍ରିୟଙ୍କା ଦେବୀ (୩୦) ବୋଲି ଜଣାପଡିଛି।

ଏଭଳି ଏକ ହୃଦୟ ବିଦାରକ ଘଟଣା ପଲାମୁ ଜିଲ୍ଲାର ରେହଲା ପୁଲିସ ଷ୍ଟେସନ ଅଞ୍ଚଳର ସାବନା ଗ୍ରାମରେ ଘଟିଛି। ନାଗେନ୍ଦ୍ର ରାମଙ୍କ ସହ ପ୍ରିୟଙ୍କାଙ୍କ ବିବାହ ହୋଇଥିଲା। ତେବେ କିଛିଦିନ ହେବ ପ୍ରିୟାଙ୍କ ଓ ତାଙ୍କ ଶାଶୁଙ୍କ ସହ କୌଣସି କଥାକୁ ନେଇ ବଚସା ଲାଗି ରହିଥିଲା। ଗତକାଲି ବି ପ୍ରିୟଙ୍କା ଓ ତାଙ୍କ ଶାଶୁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ବୋହୂ ପ୍ରିୟଙ୍କା ରାଗି ଯାଇ ଘରୁ ତାଙ୍କର ତିନି ପିଲାଙ୍କ ସହ ବାହରି ଯାଇଥିଲେ।

Rovos Rail Journeys - Rovos Rail

ଆଉ ନିଜ ରାଗ ଉପରେ ନିୟନ୍ତ୍ରଣ ରକ୍ଷା କରି ନପାରି ସେ ତିନିଜଣ ପିଲାଙ୍କୁ ଧରି ମାଲବାହୀ ଟ୍ରେନ୍‌ ସାମ୍ନାକୁ ଡେଇଁ ପଡ଼ିଥିଲେ। ଏହି ଦୁର୍ଘଟଣାରେ ପ୍ରିୟଙ୍କା ଓ ତାଙ୍କ ଆଠ ବର୍ଷର ଝିଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ପୁଅ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟଲୋକେ ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଦୁଇଶିଶୁଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରିଥିଲା। ଏଥିସହିତ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମା’ ଓ ଶିଶୁର ମୃତଦେହକୁ ପୁଲିସ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe