ବାହାଘରରେ ରାତି ୧୦ଟା ପରେ ଡିଜେ ନ ବଜାଇବାରୁ ଡିଜେବାଲାକୁ ନିସ୍ତୁକ ପିଟିଲେ ଅତିଥି

Advertisment
ବାହାଘରରେ ରାତି ୧୦ଟା ପରେ ଡିଜେ ନ ବଜାଇବାରୁ ଡିଜେବାଲାକୁ ନିସ୍ତୁକ ପିଟିଲେ ଅତିଥି

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବାହାଘରରେ ଡିଜେ ବାଜୁଥିବା ସମୟରେ ହଠାତ୍‌ ଡିଜେବାଲା ସମୟ ହେବାରୁ ଡିଜେ ବନ୍ଦ କରି ଦେବାରୁ ତାହାକୁ ନେଇ ଉପୁଜିଛି ଭୟାନକ ଗଣ୍ଡଗୋଳ। ସେ ସଂପର୍କିତ ଏକ ଭିଡିଓ ଏବେ ୟୁଟ୍ୟୁବ୍‌ରେ ଅପ୍‌ଲୋଡ ହୋଇଛି। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ବିବାହ ଉତ୍ସବରେ ଉପସ୍ଥିତ ଅତିଥିଙ୍କ ମଧ୍ୟରୁ କିଛି ଜଣ ଉକ୍ତ ଡିଜେବାଲାକୁ ନିଧୁମ୍‌ ମାଡ଼ ମାରୁଛନ୍ତି। ମାତ୍ର ସେଠାରେ ରହୁଥିବା ଲୋକେ ରାତି ୧୦ ପରେ ଡିଜେ ନ ଲଗାଇବାକୁ କହିବାରୁ ହିଁ ଡିଜେବାଲା ବଜାଇବା ବନ୍ଦ କରି ଦେଇଥିଲା। ୟୁପି ସରକାରଙ୍କ ନିୟମକୁ ଆଖିରେ ରଖି ଡିଜେବାଲା ଡିଜେ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା। ମାତ୍ର ତାହାକୁ ଅତିଥିମାନେ ସହଜ କରିପାରି ନଥିଲେ। ସବୁକିଛି ପରେ ବିବାହରେ ମନୋରଞ୍ଜନ ସେମାନଙ୍କ ପ୍ରାଥମିକ ଲକ୍ଷ୍ୟ ଥିଲା। ଏପରିକି ଡ୍ୟାନ୍ସ ଚଟାଣରେ ଥିବା ଡିଜେବାଲାର ଲାଇଟ୍‌ ଓ ସାଉଣ୍ଡ୍‌ ସିଷ୍ଟମ୍‌କୁ ମଧ୍ୟ ଅତିଥିମାନେ ଭାଙ୍ଗି ଦେଇଥିବା ଦେଖିବାକୁ ମିଳୁଛି।

ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶରେ ରାତି ୧୦ଟା ପରେ ଡିଜେ ବାଜିବା ନେଇ କଟକଣା ରହିଛି। ନିର୍ଦ୍ଧାରିତ ସମୟ ପରେ ଡିଜେ ବଜାଇବା ଆଇନ୍‌ ବିରୋଧୀ କାର୍ଯ୍ୟ। ଖାଲି ସେତିକି ନୁହେଁ, ଏଥିପାଇଁ ଜରିମାନା ସହ ଦଣ୍ଡ ବିଧାନ ନିୟମ ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe