ସ୍ତ୍ରୀଙ୍କୁ ମାଡ଼ ମାରି ଦାନ୍ତ ଡାକ୍ତର ଗିରଫ

Advertisment

କଲେଜ ଛାତ୍ରୀଙ୍କୁ ଅପହରଣ, ଯୁବକ ଗିରଫ

କଲେଜ ଛାତ୍ରୀଙ୍କୁ ଅପହରଣ, ଯୁବକ ଗିରଫ

ସ୍ତ୍ରୀଙ୍କୁ ମାଡ଼ ମାରି ଦାନ୍ତ ଡାକ୍ତର ଗିରଫ

photo by : DNA Project

ଭୁବନେଶ୍ବର :  ଯୌତୁକ ପାଇଁ ସ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଦାନ୍ତ ଡାକ୍ତରଙ୍କୁ ଗିରଫ କରିଛି। ସେ ହେଲେ କଟକ ଜିଲ୍ଲା ନିଆଳି ଅଞ୍ଚଳର ଅରବିନ୍ଦ ବସ୍ତିଆ(୩୬)।  ଦେଢ଼ ବର୍ଷ ତଳେ ଅରବିନ୍ଦ ଦାନ୍ତ ଡାକ୍ତର ସୋନିତା ଜେନାଙ୍କୁ ବିବାହ କରିଥିଲେ। ଉଭୟ ପାଇକ ନଗରରେ କ୍ଲିନିକ କରିଥିଲେ। କିଛିଦିନ ତଳେ ଅରବିନ୍ଦ ଅଧିକ ଯୌତୁକ ଆଣିବା ପାଇଁ ସୋନିତାଙ୍କୁ ବାଧ୍ୟ କରିଥିଲେ। ହେଲେ ଯୌତୁକ ବାବଦକୁ ଟଙ୍କା ନ ଆଣିବାରୁ ଅରବିନ୍ଦ ତାଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଗତ ମାର୍ଚ୍ଚ ୨୧ରେ ଅରବିନ୍ଦଙ୍କ ଅତ୍ୟାଚାର ସୀମା ଟପି ଯାଇଥିଲା। ସୋନିତା ପ୍ରତିବାଦ କରିବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ଅରବିନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

କଲେଜ ଛାତ୍ରୀଙ୍କୁ ଅପହରଣ, ଯୁବକ ଗିରଫ

ପୁରୁଣା ଭୁବନେଶ୍ୱର : କଲେଜ ଛାତ୍ରୀଙ୍କୁ ଅପହରଣ କରିବା ଅଭିଯୋଗରେ ଏୟାରପୋର୍ଟ ଥାନା ପୁଲିସ କେନ୍ଦ୍ରାପଡ଼ା ଭରତପୁରର ସଞ୍ଜୟ ଦାସ(୨୫)ଙ୍କୁ ଗିରଫ କରିଛି। ଗତ କିଛି ଦିନ ତଳେ ଏହି ଥାନା ଅଞ୍ଚଳରେ ରହୁଥିବା ଜଣେ ନାବାଳିକା ତା’ ସାଙ୍ଗଘର କେନ୍ଦ୍ରାପଡ଼ାକୁ ଯାଇଥିଲେ। କେନ୍ଦ୍ରାପଡ଼ା ଥାନା ଅଧୀନ ବାଳିଆ ସାହିରୁ ସଞ୍ଜୟ ତାଙ୍କୁ ଅପହରଣ କରିନେଇଥିଲା। ଏ ସଂପର୍କରେ ଛାତ୍ରୀଙ୍କ ବାପା ଏୟାରପୋର୍ଟ ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe