ପତ୍ନୀ ଆମିଷ ଖାଇବାକୁ ନଦେବାରୁ ଡାକ୍ତର ସ୍ୱାମୀ କଲା ଆତ୍ମହତ୍ୟା

Advertisment
ପତ୍ନୀ ଆମିଷ ଖାଇବାକୁ ନଦେବାରୁ ଡାକ୍ତର ସ୍ୱାମୀ କଲା ଆତ୍ମହତ୍ୟା

ଲକ୍ଷ୍ମୌ: ଲକ୍ଷ୍ମୌରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପତ୍ନୀ ସ୍ୱାମୀଙ୍କୁ ଆମିଷ ଖାଇବାକୁ ନଦେବାରୁ ସେ ଆତ୍ମହତ୍ୟା କରିଦେଇଛନ୍ତି। ମୃତକଙ୍କ ନାମ ଡାକ୍ତର ଉମା ଶଙ୍କର ଗୁପ୍ତା। ସେ ଚର୍ମ ବିଶେଷଜ୍ଞ ଡାକ୍ତର ଥିଲେ ବୋଲି ଜଣାପଡ଼ିଛି।

publive-image

ସୂଚନାଯୋଗ୍ୟ, ମୃତ ଉମା ଶଙ୍କର ତାଙ୍କ ପତ୍ନୀ ଦିପ୍ତି ଅଗ୍ରଓ୍ଵାଲ ଓ ଛଅବର୍ଷର ଝିଅ ଆରଧ୍ୟ ସହିତ ଏକାଠି ବସବାସ କରନ୍ତି। ଉମାଙ୍କୁ ଆମିଷ ଖାଇବା ଖୁବ୍‌ ପସନ୍ଦ ଥିଲା। ତେଣୁ ପ୍ରତିଦିନ ଦିପ୍ତି ସ୍ୱାମୀ ଓ ଝିଅ ପାଇଁ ଆମିଷ ବ୍ୟଞ୍ଜନ ପ୍ରସ୍ତୁତ କରିଥାଆନ୍ତି। ତେବେ ସବୁବେଳେ ଆମିଷ ଖାଇବା ଦ୍ୱାରା ଝିଅ ଆରଧ୍ୟର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ତେଣୁ ସେ ଝିଅକୁ ଆମିଷ ଦେବା ବନ୍ଦ କରି ଦେଇଥିଲେ।

publive-image

ତେବେ ଗତ ବୁଧବାର ଦିନ ଉମା ମାଂସ ଆଣି ଝିଅ ଓ ତାଙ୍କ  ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରିବାକୁ କହିଥିଲେ। କାରଣ ଦିପ୍ତି ଆମିଷ ଖାଆନ୍ତି ନାହିଁ। ତେବେ ସ୍ୱାମୀ ପ୍ରତିଦିନ ଆମିଷ ଖାଉଥିବାରୁ ସେ ଏହାକୁ ନେଇ ଯୁକ୍ତି କରିବାରେ ଲାଗିଥିଲେ। ଆମିଷ ବ୍ୟଞ୍ଜନ ପ୍ରସ୍ତୁତ କରି ପାରିବେ ନାହିଁ ବୋଲି କହିଥିଲେ ଦିପ୍ତି । ଫଳରେ ଉମା ରାଗି ଯାଇ ନିଜକୁ ଏକ କଠୋରୀ ଭିତରେ ବନ୍ଦ କରି ଦେଇଥିଲେ। କିଛି ସମୟରେ ପରେ ଦିପ୍ତି ସ୍ୱାମୀଙ୍କୁ ଡାକି ପକାଇଥିଲେ କିନ୍ତୁ ସ୍ୱାମୀ କୌଣସି ଉତ୍ତର ନଦେବାରୁ ସେ ତାଙ୍କ ପାଖ ପଡୋଶୀଙ୍କୁ ଡାକିଥିଲେ। ସେମାନେ ଆସି ଦ୍ୱାର ଭାଙ୍ଗି ଦେଖିଲା ବେଳେକୁ ସ୍ୱାମୀ ଉମାଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉମାଙ୍କ ଶବକୁ ଜବତ କରିବା ସହିତ ଆତ୍ମହତ୍ୟା ନେଇ ମାମଲା ରୁଜୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe