ହାତରେ ରକ୍ତ ଲାଗିଥିବା ଫଟୋ ସେୟାର କରି ଟ୍ରୋଲ ହେଲେ ଡାକ୍ତରାଣୀ

Advertisment
୧୩ ମେଡିକାଲ କଲେଜ୍‌ରେ ଶୋଚନୀୟ ସ୍ଥିତି: ହଜାରେ ପ୍ରମୁଖ ପଦ ଖାଲି

ନୂଆଦିଲ୍ଲୀ: ନିକଟରେ ଜଣେ ଡାକ୍ତରାଣୀ ସୋସିଆଲ ମିଡିଆରେ ଅପରେସନ ଥିଏଟରର ଭିଡିଓ ସେୟାର କରି ଟ୍ରୋଲ ହୋଇଛନ୍ତି। ଏହି ଡାକ୍ତରାଣୀଙ୍କ ନାମ ଜିକରା ବୋଲି ଜଣାରପଡ଼ିଛି।

ଡାକ୍ତର ଜିକରା ଏକ୍ସରେ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସେ ଅପରେସନ ବିଭାଗରେ ଥିବା ବେଳେ ଗାଉନ ପିନ୍ଧି ରକ୍ତଲାଗିଥିବା ଗ୍ଲୋବସ ପିନ୍ଧି ହସୁଥିବାର ଦେଖିବାକୁ ମିଳୁଛି। ଏହି ଫଟୋ ସେୟାର କରି ଡକ୍ତରାଣୀ କ୍ୟାପସନ ଦେଇଛନ୍ତି, ‘ଶିଶୁ କାନ୍ଦିଲା ମୁଁ ହସିଲି.. ପୋଷ୍ଟ ଡେଲିଭରି ସିନ।

ଡାକ୍ତରାଣୀଙ୍କ ଏହି ଫଟୋ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ‘ସୋସିଆଲ ମିଡିଆରେ ଏଭଳି ଫଟୋ ବ୍ୟାନ ହେବା ଉଚିତ। ଏମିତି ରକ୍ତ ଲଗା ଫଟୋ ଦେବା ଉଚିତ ନୁହେଁ।

ଡାକ୍ତରାଣୀ ଅପରେସନ ଥିଏଟରରେ ଫଟୋ ଉଠାଇବା ଛାଡ଼ି ନିଜ କାମ ଉପରେ ଧ୍ୟାନ ଦେବା ଉଚିତ। କାରଣ ଅପରେସନ ଥିଏଟର ଭିତରେ ଥିବା ରୋଗୀ ନିଶ୍ଚିତ ଭାବେ ଗୁରୁତର ଥାଆନ୍ତି। ନଚେତ ତାଙ୍କର କୌଣସି ପ୍ରକାର ଅସ୍ତ୍ରୋପଚାର ହୋଇଥାଏ। ଡାକ୍ତରାଣୀଙ୍କ ଏଭଳି କାମ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଆଗକୁ ଏଭଳି ଫଟୋ ଯେମିତି କେହି ପୋଷ୍ଟ ନକରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe