ଅସ୍ତ୍ରୋପଚାର ସମୟରେ ଡାକ୍ତର ପଥର ବଦଳରେ ରୋଗୀଙ୍କ କିଡନୀ ବାହାର କରିଦେଲେ: ହସ୍ପିଟାଲକୁ ୧୧ଲକ୍ଷ ଟଙ୍କାର ଜରିମାନା

Advertisment
ଅସ୍ତ୍ରୋପଚାର ସମୟରେ ଡାକ୍ତର ପଥର ବଦଳରେ ରୋଗୀଙ୍କ କିଡନୀ ବାହାର କରିଦେଲେ: ହସ୍ପିଟାଲକୁ ୧୧ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଗୁଜୁରାଟ ହସ୍ପିଟାଲରୁ ଅବହେଳାର ଏକ ଘଟଣା ସାମ୍ନାକୁ ଆସିଛି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। କିଡନୀରେ ପଥର ହୋଇଥିବା ହେତୁ ଯନ୍ତ୍ରଣା ସହି ନପାରି ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଡାକ୍ତର କିଡନୀରୁ ପଥର ବାହାର କରିବା ବଦଳରେ ରୋଗୀଙ୍କ କିଡନୀ ବାହାର କରି ଦେଇଥିବା ଅଭିଯୋଗ ହୋଇଥିଲା

ଏଭଳି ଅସ୍ତ୍ରୋପଚାର ପାଇଁ ୪ମାସ ମଧ୍ୟରେ ୨୦୧୨ରେ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ଗୁଜୁରାଟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ ବାଲାସିନୋର କେଏମଜି ହସ୍ପିଟାଲକୁ ଆଦେଶ ଦେଇଛନ୍ତି କି ରୋଗୀଙ୍କ ପରିବାରଲୋକଙ୍କୁ ୧୧.୨୩ଲକ୍ଷ ଟଙ୍କାର କ୍ଷତି ପୂରଣ ଦିଆଯିବ।

ମାହିସାଗର ଜିଲ୍ଲା ବାଲାସିନୋରର କେଏମଜି ହସ୍ପିଟାଲ‌ର ଅବହେଳା ହେତୁ ରୋଗୀର ମୃତ୍ୟୁ ହେବାପରେ ରୋଗୀଙ୍କ ସମ୍ପର୍କୀୟ କଞ୍ଜୁମର ଆୟୋଗ‌ରେ ଏକ ମାମଲା ରୁଜୁ କରିଥିଲେ । ଆୟୋଗଙ୍କ ଆଦେଶ ମୁତାବକ, ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ଡାକ୍ତରଙ୍କ ଅବହେଳାରେ ହସ୍ପିଟାଲ ଜଡ଼ିତ ଥିବା କୁହାଯାଇଛି। ଅଦାଲତ ହସ୍ପିଟାଲକୁ ୨୦୧୨ରୁ ଏଯାବତ ୭.୫ ପ୍ରତିଶତ ସୁଧ ସହିତ ଏହି ରାଶି ଦେବାକୁ ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe