ଡାକ୍ତରଙ୍କୁ ଅବହେଳା ମହଙ୍ଗା ପଡ଼ିଲା; ଡାହାଣ ବଦଳରେ ବାମ ପାଦ ଅସ୍ତ୍ରୋପଚାର କରିଥିବାରୁ କୋର୍ଟ ଦେଲେ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ

Advertisment
ଡାକ୍ତରଙ୍କୁ ଅବହେଳା ମହଙ୍ଗା ପଡ଼ିଲା; ଡାହାଣ ବଦଳରେ ବାମ ପାଦ ଅସ୍ତ୍ରୋପଚାର କରିଥିବାରୁ କୋର୍ଟ ଦେଲେ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅବହେଳା ବଶତଃ ୨୦୦୩ ମହିସାରେ ଜଣେ ଡାକ୍ତର ତାଙ୍କର ରୋଗୀଙ୍କର ଡାହାଣ ଗୋଡ଼ ବଦଳରେ ବାମ ଗୋଡ଼ ଅସ୍ତ୍ରୋପଚାର କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ବିଚାର କରି ଦିଲ୍ଲୀର ରାଜ୍ୟ ଖାଉଟି ଅଦାଲତ ଉକ୍ତ ଡାକ୍ତରଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଡାକ୍ତର ଜଣକ ତାଙ୍କର ଜଣେ ପୋଲିଓ ଆକ୍ରାନ୍ତଙ୍କୁ ଭୁଲ୍‌ ଚିକିତ୍ସା କରିଥିବା ତାଙ୍କୁ ମହଙ୍ଗା ପଡ଼ିଛି। ଏହି ଭୁଲ୍‌ ଚିକିତ୍ସା ପୀଡ଼ିତା ହରପ୍ରୀତ୍‌ କୌର୍‌ଙ୍କର ଶିକ୍ଷା ଓ ବୈବାହିକ ଜୀବନକୁ ପ୍ରଭାବିତ କରିବା ପରେ ଅଦାଲତ ଡାକ୍ତରଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ତ୍ରୁଟିଗତ ଅସ୍ତ୍ରୋପଚାରକୁ ପ୍ରଥମେ ଡାକ୍ତର ଫାଙ୍କିବାକୁ ଚେଷ୍ଟା କରିଥିଲେ। ପରିବାର ଲୋକେ ଫର୍ମରେ ବାମ ପାଦ ଭରିଥିଲେ ବୋଲି ଏପରି ଭୁଲ୍‌ ଘଟିଥିବା ଦର୍ଶାଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଅନ୍ୟ ପ୍ରକାରର କଥା କହିଥିଲେ। ନିଜକୁ ବଞ୍ଚାଇବା ପାଇଁ ହରପ୍ରୀତଙ୍କର ୨ ଗୋଡ଼ ପୋଲିଓ ଆକ୍ରାନ୍ତ ହୋଇଥିଲା ବୋଲି ଜଣାଇ ସେ ଜାଣି ଜାଣି ପ୍ରଥମେ ବାମ ଗୋଡ଼ ଅସ୍ତ୍ରୋପଚାର କରିଥିଲେ ବୋଲି ସଫେଇ ଦେଇଥିଲେ। ମାତ୍ର କୋର୍ଟ ଏସବୁକୁ ଡାକ୍ତରଙ୍କର ନିଜକୁ ସୁରକ୍ଷା ଦେବାର ଏକ ମାଧ୍ୟମ ବୋଲି ହୃଦୟଙ୍ଗମ କରି ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି।

publive-image

ଫର୍ମରେ ପରିବାର ଲୋକେ ଡାହାଣ ଗୋଡ଼ ଭରିଥିବାର ପ୍ରମାଣ ରହିଛି। ଏହାବ୍ୟତୀତ ସାଧାରଣ ଲୋକଙ୍କ ଫର୍ମ ଭରିବାକୁ ନେଇ ଡାକ୍ତରମାନେ କାର୍ଯ୍ୟ କରିବେ ନାହିଁ ବୋଲି କୋର୍ଟ ଜଣାଇଛନ୍ତି। ରୋଗୀ ସହ କଥା ହୋଇ ଶହେ ପ୍ରତିଶତ ନିଶ୍ଚିତ ହେବା ପରେ ଯାଇ ଅସ୍ତ୍ରୋପଚାର କରିବା ପାଇଁ ଚିନ୍ତା କରିବା ଅନିର୍ବାଯ୍ୟ ବୋଲି କୋର୍ଟ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ୧୯୯୯ ମସିହା ଜୁନ୍‌ ୩ ତାରିଖରେ ହରପ୍ରୀତଙ୍କୁ ସାଥୀରେ ନେଇ ତାଙ୍କ ବାପା ଅବତାର୍‌ ସିଂହ ସେ ରହୁଥିବା ପଞ୍ଜାବର ମୁକ୍ତସର ସହରର ଏକ ହସ୍ପିଟାଲ୍‌କୁ ଯାଇଥିଲେ। ସେ ପୋଲିଓ ଜନିତ ରୋଗର ଶିକାର ହୋଇଥିବାରୁ ତାଙ୍କର ଡାହଣ ପାଦ ଅଚଳ ହୋଇଥିବା ଡାକ୍ତର ଜଣାଇଥିଲେ। ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ। ୨୦୦୩ ମେ ୩୦ ତାରିଖରେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ଏକ କ୍ଲିନିକ୍‌ରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe