୬ଜଣ କରୋନା ରୋଗୀଙ୍କ ମୃତଦେହ ଛାଡି ଚମ୍ପଟ ମାରିଲେ ଡାକ୍ତର ସମେତ ହସ୍ପିଟାଲ କର୍ମଚାରୀ

Advertisment
୬ଜଣ କରୋନା ରୋଗୀଙ୍କ ମୃତଦେହ ଛାଡି ଚମ୍ପଟ ମାରିଲେ ଡାକ୍ତର ସମେତ ହସ୍ପିଟାଲ କର୍ମଚାରୀ

ନୂଆଦିଲ୍ଲୀ : ଦିଲ୍ଲୀ ନିକଟସ୍ଥ ସାଇବର ସିଟି ଗୁରୁଗ୍ରାମରୁ ସାମ୍ନାକୁ ଆସିଥିବା ଏକ ଭାଇରାଲ ଭିଡିଓ ଆଶ୍ଚର୍ଯ୍ୟଚକିତ କରି ଦେଉଛି। ଗୁରୁଗ୍ରାମ ସେକ୍ଟର-୫୬ ଅଞ୍ଚଳରେ ଥିବା କୀର୍ତ୍ତି ହସ୍ପିଟାଲରେ ଗୋଟିଏ ରାତିରେ ୬ଜଣ କରୋନା ରୋଗୀଙ୍କ ଏକାସଙ୍ଗେ ମୃତ୍ୟୁ ହେବା ଘଟଣା ଚାଞ୍ଚଲ୍ୟ ‌ଖେଳାଇ ଦେଇଛି।

ରୋଗୀଙ୍କ ପରିବାର ଲୋକେ ଅଭିଯୋଗ କରି କହିଛନ୍ତି କି, ରାତିରେ ହସ୍ପିଟାଲରେ ଅକ୍ସିଜେନ ଶେଷ ହୋଇଯାଇଥିଲା । ଫଳରେ ଚିକିତ୍ସା କରୁଥିବା ଡାକ୍ତର କାହାକୁ କିଛି ନଜଣାଇ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଛାଡ଼ି ଦେଇ ସେଠାରୁ ପଳାଇ ଯାଇଥିଲେ । ଫଳରେ  ହସ୍ପିଟାଲରେ ଭର୍ତ୍ତି ଥିବା ପାଖାପାଖି ୨୦ଜଣ କରୋନା ରୋଗୀଙ୍କ ମଧ୍ୟରୁ ୬ଜଣଙ୍କର ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇ ଯାଇଥିଲା। ମୃତ ୬ଜଣଙ୍କ ମଧ୍ୟରୁ ତିନିଜଣ ଆଇସିୟୁରେ ଥିବା ବେଳେ ତିନିଜଣ ସାଧାରଣ ବେଡରେ ଥିଲେ।

ତେବେ ଏହି ଘଟଣାକୁ ନେଇ ହସ୍ପିଟାଲର ନିର୍ଦେଶକ ସ୍ବାତୀ ରାଠୋର କହିଛନ୍ତି କି, ଅକ୍ସିଜେନ ଅଭାବ ହେତୁ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ସମ୍ପର୍କୀୟମାନଙ୍କୁ ସୂଚିତ କରାଯାଇଥିଲା। କିନ୍ତୁ ସେମାନେ ଏନେଇ କୌଣସି ପଦକ୍ଷେପ ନେଇ ନଥିଲେ କି ଡାକ୍ତରଙ୍କ କୌଣସି କଥା ଶୁଣି ନଥିଲେ।

ଶେଷର ଅକ୍ସିଜେନ ଅଭାବରୁ ୬ଜଣ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏଖବର ପାଇ ମୃତ ସମ୍ପର୍କୀୟମାନେ କାଳେ ଡାକ୍ତର ଓ କର୍ମଚାରୀଙ୍କୁ ଆକ୍ରମଣ କରିବେ ସେ ଭୟ କରି ଡାକ୍ତର ଓ ହସ୍ପିଟାଲର ଅନ୍ୟ କର୍ମଚାରୀ କ୍ୟାଣ୍ଟିନରେ ଲୁଚି ଯାଇଥିଲେ। ସେମାନେ ହସ୍ପିଟାଲ ଛାଡ଼ି ଯାଇ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe