ଅସଦାଚରଣ କରିବାକୁ ଚେଷ୍ଟା କରୁଥିଲା ଯୁବକ, ଛୁରାମାଡ ଖାଇ ଯୁବତୀଙ୍କୁ ବଞ୍ଚାଇଲା ବୁଲା କୁକୁର

ଅସଦାଚରଣ କରିବାକୁ ଚେଷ୍ଟା କରୁଥିଲା ଯୁବକ, ଛୁରାମାଡ ଖାଇ ଯୁବତୀଙ୍କୁ ବଞ୍ଚାଇଲା ବୁଲା କୁକୁର

ଭୋପାଳ: ରାଜସ୍ଥାନର ଏକ ବୁଲାକୁକୁର ଯୋଗୁଁ ଜଣେ ଯୁବତୀ ଅସଦାଚରଣରୁ ରକ୍ଷା ପାଇ ଯାଇଛନ୍ତି। ଗତ ରବିବାର ଦ୍ୱିପ୍ରହର ସମୟରେ ଯୁବତୀ ଘରେ ବିଶ୍ରାମ କରୁଥିଲେ। ଏହି ସମୟରେ ତାଙ୍କ ପଡ଼ିଶା ଘରେ ରହୁଥିବା ଜଣେ ଯୁବକ ମଦ ପିଇ ଯୁବତୀଙ୍କ ଘରେ ପ୍ରବେଶ କରି ଅସଦାଚରଣ କରିବାକୁ ଚେଷ୍ଟା କରୁଥିଲା।  ଯୁବତୀ ଜଣକ ଯୁବକ କବଳରୁ ରକ୍ଷା ପାଇବା ପାଇଁ ଚିତ୍କାର କରିଥିଲେ। ଯୁବତୀଙ୍କ ପାଟି ଶୁଣି ବାହାରେ ବୁଲୁଥିବା ଏକ କୁକୁର ଘରେ ପଶି ଉକ୍ତ ଯୁବକ ଉପରକୁ ଡେଇଁ ରାମ୍ପୁଡି, କାମୁଡି ରକ୍ତାକ୍ତ କରି ଦେଇଥିଲା। ଏହାପରେ ଯୁବକ ଜଣକ ପାଖରେ ଥିବା ଏକ ଛୁରୀ ବାହାର କରି କୁକୁରକୁ ମାଡ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା।

publive-image

ଦୁର୍ବୃତ୍ତର ଛୁରାମାଡରେ କୁକୁରର ଗୋଡ କ୍ଷତ ହୋଇଥିବା ବେଳେ ପୁଲିସ ଏହି ମାମଲାରେ ଦୁର୍ବୃତ୍ତ ସୁନିଲଙ୍କୁ ଗିରଫ କରିଛି । ତେବେ ଏହି ବୁଲାକୁକୁରଟିକୁ ଯୁବତୀ ଜଣକ ପ୍ରତିଦିନ ରୁଟି ଖାଇବାକୁ ଦେଉଥିଲେ। ତେଣୁ ରୁଟି ବଦଳରେ ଯୁବତୀଙ୍କ ଇଜ୍ଜତ ବଞ୍ଚାଇ କୁକୁରଟି ରୁଟିର ଋଣ ସୁଝିଦେଇଥିବା କଥା ପାଖଆଖର ଲୋକ କହୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe