ମୋମୋ ଫ୍ୟାକ୍ଟ୍ରିର ଫ୍ରିଜରୁ ବାହାରିଲା କୁକୁରର କଟାମୁଣ୍ଡ

ମୋହାଲିରେ ଅଧିକାରୀମାନେ ମଟୌରରେ ଏକ ଫାଷ୍ଟଫୁଡ୍ କାରଖାନା ଉପ‌ରେ ଚଢଉ କରିଥିଲେ। ଏହି ଚଢ଼ଉ ସମୟରେ ଫ୍ରିଜରୁ ଏକ କୁକୁରର କଟା ମୁଣ୍ଡ ମିଳିବା ପରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଏହି ଘଟଣା ଏକ ବ୍ୟାପକ ତଦନ୍ତ ଆରମ୍ଭ ହୋଇଯାଇଛି।

wqerq

ନୂଆଦିଲ୍ଲୀ: ମୋମୋ ଏକ ପ୍ରକାରର ଫାଷ୍ଟଫୁଡ୍। ଉତ୍ତର ଭାରତରେ ମୋମୋର ଖୁବ ଚାହିଦା ରହିଛି । ଭେଜ୍ ମୋମୋ ଏବଂ ନନ୍ ଭେଜ୍ ମୋମୋ ପରି ବିଭିନ୍ନ ପ୍ରକାରର ମୋମୋ ବଜାରରେ, ରେସ୍ତୋରାଁରେ ଉପଲବ୍ଧ ହେଉଛି।

ସମ୍ପ୍ରତି ମୋମୋକୁ ନେଇ ଆସିଥିବା ଖବରକୁ ଶୁଣିବା ପରେ ମୋମୋ ଖାଦ୍ୟ ପ୍ରତି ଦୁର୍ବଳତା ଥିବା ଗ୍ରାହକଙ୍କ ଉପରେ ଚଡ଼କ ପଡ଼ିପାରେ। କାରଣ ପଞ୍ଜାବର ମୋହାଲିରେ ମୋମୋ ତିଆରି କାରଖାନାର ଫ୍ରିଜରରୁ ଏକ କୁକୁରର କଟାମୁଣ୍ଡ ମିଳିଥିବା ଅଭିଯୋଗ ହୋଇଛି।

ମୋହାଲିରେ ଅଧିକାରୀମାନେ ମଟୌରରେ ଏକ ଫାଷ୍ଟଫୁଡ୍ କାରଖାନା ଉପ‌ରେ ଚଢଉ କରିଥିଲେ। ଏହି ଚଢ଼ଉ ସମୟରେ ଫ୍ରିଜରୁ ଏକ କୁକୁରର କଟା ମୁଣ୍ଡ ମିଳିବା ପରେ ଚାଞ୍ଚଲ୍ୟ ଖେଳି ଯାଇଥିଲା।

ଏହି ଘଟଣା ଏକ ବ୍ୟାପକ ତଦନ୍ତ ଆରମ୍ଭ ହୋଇଯାଇଛି। ଏହି କାରଖାନା ଗତଦୁଇ ବର୍ଷ ଧରି ଚାଲି ଆସୁଛି। ଏଠାରେ ପ୍ରତିଦିନ ଏକ କ୍ୱିଣ୍ଟାଲରୁ ଅଧିକ ମୋମୋ ଏବଂ ସ୍ପ୍ରିଙ୍ଗ ରୋଲ୍ ତିଆରି କରାଯାଏ। ଯାହା ଚଣ୍ଡିଗଡ଼, ପଞ୍ଚକୁଲା ଏବଂ କାଲକାକୁ ବିତରଣ କରାଯାଏ।

କଟାମୁଣ୍ଡ ମିଳିଥିବା କୁକୁରଟିର ମାଂସକୁ କାରଖାନାର କର୍ମଚାରୀମାନେ ଖାଇଥିଲେ ନା ଗ୍ରାହକମାନଙ୍କୁ ଖାଇବାକୁ ଦିଆଯାଇଥିଲା ତାହା ଜାଣିବା ପାଇଁ ତଦନ୍ତକୁ କଡ଼ାକଡ଼ି କରି ଦିଆଯାଇଛି।

ଗତ ରବିବାର ଦିନ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ନଗର ନିଗମର ଦଳ ଏକ ଭଡ଼ା ଘରେ ଚାଲିଥିବା ଏକ ମୋମୋ ଏବଂ ସ୍ପ୍ରିଙ୍ଗ ରୋଲ୍ କାରଖାନା ଉପରେ ଚଢାଉ କରିଥିଲେ। ଏହି ସମୟରେ କର୍ମଚାରୀମାନେ ମୋମୋ ପ୍ରସ୍ତୁତ ପାଇଁ ମଇଳା ପାଣି ଏବଂ ପଚାପନିପରିବା ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ ଅଧିକାରୀମାନେ କାରଖାନାରୁ ଅନେକଦିନର ମାଂସ, ଏକ କ୍ରଶର ମେସିନ୍ ଏବଂ ପୁନଃବ୍ୟବହୃତ ରନ୍ଧନ ତେଲ ମଧ୍ୟ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe