ନବଜାତ ଶିଶୁକୁ ଖଣ୍ଡଖଣ୍ଡ କରି ଖାଇବା ପରେ ମୁଣ୍ଡକୁ ଧରି ହସ୍‌ପିଟାଲ ପରିସରରେ ବୁଲୁଥିଲା କୁକୁର

ନବଜାତ ଶିଶୁକୁ ଖଣ୍ଡଖଣ୍ଡ କରି ଖାଇବା ପରେ ମୁଣ୍ଡକୁ ଧରି ହସ୍‌ପିଟାଲ ପରିସରରେ ବୁଲୁଥିଲା କୁକୁର

ପାଟନା: ବିହାରରେ ପୁଣିଥରେ ସ୍ୱାସ୍ଥ୍ୟବିଭାଗକୁ ନେଇ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ହସ୍‌ପିଟାଲ ପ୍ରଶାସନର ଅବହେଳା ହେତୁ ଏକ ନବଜାତ ଶିଶୁକୁ କୁକୁର କାମୁଡି କାମୁଡି ଖାଇଯାଇଥିବା ଅଭିଯୋଗ ହୋଇଛି। ଏହି ନବଜାତ ଶିଶୁକୁ ହସ୍‌ପିଟାଲରେ ବାହାରେ ଥିବା ଏକ ଅଳିଆଗଦାରେ ଫିଙ୍ଗି ଦିଆଯାଇଥିଲା। ଏହି ଶିଶୁଟି ଜୀବିତ ଥିଲା କି ମାରି ଯାଇଥିଲା ତାହା ଏଯାବତ୍‌ ସ୍ପଷ୍ଟ ହୋଇପାରି ନାହିଁ।

ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଏକ କୁକୁର ନବଜାତ ଶିଶୁକୁ ଖଣ୍ଡଖଣ୍ଡ କରି ଖାଇବା ସହିତ ତାର ମୁଣ୍ଡକୁ ମୁହଁରେ ଧରି ହସ୍‌ପିଟାଲ ପରିସରରେ ବୁଲିବାକୁ ଲାଗିଥିଲା। ଏହି ଦୃଶ୍ୟକୁ ଯେତେବେଳେ ଲୋକମାନଙ୍କ ଦେଖିଥିଲେ ସେମାନଙ୍କ ମଧ୍ୟରେ ଘଟଣାକୁ ନେଇ ଚହଳ ପଡ଼ି ଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏହି ଘଟଣା ସମ୍ପର୍କରେ କିଛି ବି ପ୍ରତିକ୍ରିୟା ଦେଇ ନାହାନ୍ତି।

publive-image

ଏଭଳି ଏକ ଘଟଣା ପଟନାର ମେଡିକାଲ କଲେଜ ହସ୍‌ପିଟାଲସ୍ଥିତ ଦୁର୍ଗା ମନ୍ଦିର ନିକଟରେ ଘଟିଛି। ଯେଉଁଠାରେ ଏକ ନବଜାତ ଶିଶୁକୁ ଜୀବିତ/ମୃତ ଭାବେ ଗଳିଆ ଗଦାରେ ଫିଙ୍ଗି ଦିଆଯାଇଥିଲା। ଯାହାଫଳରେ ହସ୍‌ପିଟାଲ ବାହାରେ ବୁଲୁଥିବା ଏକ ବାରବୁଲା କୁକୁର ହାବୁଡରେ ଶିଶୁଟି ପଡ଼ି ଯାଇଥିଲା। କୁକୁରଟି ଶିଶୁଟିକୁ ଖଣ୍ଡବିଖଣ୍ଡ କରି କାମୁଡି ଖାଇବା ସହିତ ତାର ମୁଣ୍ଡକୁ ଧରି ହସ୍‌ପିଟାଲ ପରିସରରେ ବୁଲିବାକୁ ଲାଗିଥିଲା। ଏହି ଦୃଶ୍ୟକୁ ଦେଖି ଲୋକମାନଙ୍କ ଲୋମମୂଳ ଟାଙ୍କୁରି ଉଠିଥିଲା। ଲୋକମାନେ କୁକୁରକୁ ଘଉଡାଇବାରୁ କୁକୁରଟି ନବଜାତ ଶିଶୁଟିର ମୁଣ୍ଡକୁ ସେଠାରେ ଛାଡ଼ି ଦେଇ ଦୌଡ଼ି ପଳାଇଥିଲା। ଅନ୍ୟପକ୍ଷରେ ଏହାକୁ ହସ୍‌ପିଟାଲ କର୍ତ୍ତୁପକ୍ଷଙ୍କ ଅବହେଳା ବୋଲି କୁହାଯାଉଛି। ଏଯାବତ୍‌ ଏହି ନବଜାତ ଶିଶୁଟିର ପିତା-ମାତା କିଏ ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe