ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅଧୀନ ଭିଏସ୍ଏସ୍ନଗରରେ ଥିବା ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରାଯାଇଛି। ଏ ନେଇ ଛାତ୍ରୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଛାତ୍ରୀ ଜଣକ ଚେକେଇସିଆଣି ଅଞ୍ଚଳରେ ତାଙ୍କ ସଂପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ। ସବୁଦିନ ପରି ଆଜି ମଧ୍ୟ ସେ ପୂର୍ବାହ୍ଣ ୧୦ଟାରେ ସ୍କୁଲ ଯିବାକୁ କହି ଘରୁ ବାହାରି ଆସିଥିଲେ। କିନ୍ତୁ ସ୍କୁଲରେ ପହଞ୍ଚି ନଥିଲେ। ଛାତ୍ରୀ ଜଣକ ସ୍କୁଲକୁ ଆସି ନଥିବାରୁ ସ୍କୁଲରୁ ଏକ ଫୋନ ତାଙ୍କ ଘରକୁ ଯାଇଥିଲା। ଘର ଲୋକ ଏଇ ଖବର ପାଇଲା ପରେ ଛାତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଝିଅକୁ ନ ପାଇ ସନ୍ଧ୍ୟାରେ ସେମାନେ ଥାନାରେ ଅଭିଯୋଗ କରିଛନ୍ତି।
ସ୍କୁଲକୁ ଆସି ଛାତ୍ରୀ ନିଖୋଜ; ଅପହରଣ ସନ୍ଦେହ
Advertisment
Follow Us