ନୂଆଦିଲ୍ଲୀ: ଆଜିକା ସମୟରେ ସୋସିଆଲ ମିଡିଆ ଲୋକମାନଙ୍କ ଏକ ମନୋରଞ୍ଜନର ମାଧ୍ୟମ ପାଲଟିଗଲାଣି। ପ୍ରତିଦିନ ଏହି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଫଟୋ ଓ ଭିଡିଓ ଲୋକମାନେ ପୋଷ୍ଟ କରିଥାଆନ୍ତି। ଏଥିମଧ୍ୟରୁ ଏମିତି କିଛି ଫଟୋ ଓ ଭିଡିଓ ରହିଛି ଯାହାକି ହୃଦୟସ୍ପର୍ଶୀ ରହିଥିବା ବେଳେ ଆଉ କିଛି ଫଟୋ ଓ ଭିଡିଓକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଭାବିବାକୁ ପଡ଼ିଥାଏ କି ଲୋକେ ଏମିତି କରିବା ପୂର୍ବରୁ ନିଜର ଜୀବନ କଥା ତ ଭାବିବା କଥା।
ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି, ଗୋଟିଏ ବାଇକରେ ୧୦ରୁ ଊର୍ଧ୍ବ ଛୋଟ ପିଲା ମଜାମସ୍ତି କରି ଯାଉଛନ୍ତି। ଏହି ଭିଡିଓ ରେକର୍ଡ କରିଥିବା ବ୍ୟକ୍ତିଙ୍କ ଉପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ବାଇକ ଚଲାଉଥିବା ବ୍ୟକ୍ତି ଜଣକଙ୍କ ସିନା ବୁଦ୍ଧି ନାହିଁ ଆପଣ ହେଲେ ତାଙ୍କୁ ଏପରି କରିବାରୁ ଅଟକାଇ ଥାଆନ୍ତେ। କାଣର ସାମାନ୍ୟ ତ୍ରୁଟି ଉକ୍ତ ବ୍ୟକ୍ତିଙ୍କ ସମେତ ବାଇକରେ ଝୁଲୁ ରହିଥିବା ୧୦ରୁ ଊର୍ଧ୍ବ ଛୋଟପିଲାଙ୍କ ଜୀବନକୁ ବିପଦରେ ପକାଇ ପାରେ।
Follow Us