ଇଦରେ ବେଡ କାର ଧରି ରାସ୍ତାରେ ବୁଲିବା ଯୁବକଙ୍କୁ ମହଙ୍ଗା ପଡ଼ିଲା

Advertisment

ବିଛଣାରେ କାରର ଚାରିଟି ଚକ, ମୋଟର ଏବଂ ଷ୍ଟିଅରିଂ ଖଞ୍ଜି ଜୁଗାଡ଼ ଗାଡ଼ି ତିଆରି କରି ରାସ୍ତାରେ ବୁଲିବା ନବାବ ଶେଖଙ୍କୁ ମହଙ୍ଗା ପଡ଼ିଲା। ପୁଲିସ ବେଡ ଗାଡ଼ି ଜବତ କରି ନୋଟିସ ଜାରି କରିଛି।

ବିଛଣାରେ କାରର ଚାରିଟି ଚକ, ମୋଟର ଏବଂ ଷ୍ଟିଅରିଂ ଖଞ୍ଜି ଜୁଗାଡ଼ ଗାଡ଼ି ତିଆରି କରି ରାସ୍ତାରେ ବୁଲିବା ନବାବ ଶେଖଙ୍କୁ ମହଙ୍ଗା ପଡ଼ିଲା। ପୁଲିସ ବେଡ ଗାଡ଼ି ଜବତ କରି ନୋଟିସ ଜାରି କରିଛି।

ସ୍ୀି୍ତୀ

ନୂଆଦିଲ୍ଲୀ: ଜୁଗାଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ବି ଉକ୍ତ ଭିଡିଓ ଦେଖିବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। 

ଭାଇରାଲ ଭିଡିଓରେ, ବ୍ୟକ୍ତି ଜଣକ କିପରି ବିଛଣାକୁ ଗାଡ଼ିରେ ପରିଣତ କରିଛନ୍ତି ତାହା ଦେଖିବାକୁ ମିଳୁଛି। 
ବ୍ୟକ୍ତି ଜଣକ ବେଡର ଚାରି କୋଣରେ କାରର ଚାରିଟି ଚକ, ମୋଟର ଏବଂ ଷ୍ଟିଅରିଂ ଖଞ୍ଜିଛନ୍ତି। ବ୍ୟକ୍ତିଙ୍କ ଏହି ଅନନ୍ୟ ଗାଡ଼ିକୁ ଦେଖି ରାସ୍ତାରେ ଯାଉଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଲୋକେ ରାସ୍ତାରେ ଅଟକି ଯାଇ ଭିଡିଓ ତିଆରି କରିବା ଆରମ୍ଭ କଲେ।

ଏହି ଜୁଗାଡ଼ ଗାଡ଼ିକୁ ଚଲାଉଥିବା ଚାଳକଙ୍କ ନାମ ନବାବ ଶେଖ। ଯିଏକି ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାର ଡୋମକଲରେ ବସବାସ କରନ୍ତି। ଇଦ ଦିନ ସେ ନିଜେ ତିଆରି କରିଥିବା ଜୁଗାଡ଼ ଗାଡ଼ିକୁ ଧରି ରାସ୍ତାରେ ବୁଲିଥିଲେ।

ଏହି ଗାଡ଼ିର ନମ୍ବର ପ୍ଲେଟ, ଲାଇସେନ୍ସ ଆଦି ନଥିବା ବେଳେ ସଡ଼କ ନିୟମ ଭଙ୍ଗ କରିଥିବା ଅଭିଯୋଗରେ ପଶ୍ଚିମବଙ୍ଗ ପୁଲିସ ଉକ୍ତ ଗାଡ଼ିକୁ ଜବତ କରି ନବାବଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଏଭଳି ଗାଡ଼ି ଚଲାଇବାକୁ କିଏ ଅନୁମତି ଦେଲା ବୋଲି ନୋଟିସ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe