ତୃତୀୟ ମହଲାରୁ ଖସି ପଡ଼ି ଚେତା ହରାଇଥିଲେ ପ୍ରେମୀଯୁଗଳ; ଚେତା ଆସିବା ପରେ କହିଲେ ଆମେ ସ୍କୁଟିରୁ ପଡ଼ି ଯାଇଥିଲୁ

Advertisment
ତୃତୀୟ ମହଲାରୁ ଖସି ପଡ଼ି ଚେତା ହରାଇଥିଲେ ପ୍ରେମୀଯୁଗଳ; ଚେତା ଆସିବା ପରେ କହିଲେ ଆମେ ସ୍କୁଟିରୁ ପଡ଼ି ଯାଇଥିଲୁ

oneindia

ଜୟପୁର: ରାଜସ୍ଥାନରେ ଝୋଟଓ୍ଵାଡାରେ ଏକ ପ୍ରେମୀଯୁଗଳ ମଦ ନିଶାରେ ତିନି ମହଲା କୋଠାରୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଉକ୍ତ ଯୁବକ-ଯୁବତୀଙ୍କୁ ପଡ଼ିଶାଘର ଲୋକ ଉଚିତ ସମୟରେ ଉଦ୍ଧାର କରି ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଫଳରେ ଦୁହିଁଙ୍କ ଜୀବନ ରକ୍ଷା ପାଇ ଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଚେତା ଆସିବା ପରେ ଦୁହେଁ ତୃତୀୟ ମହଲାରୁ ଖସି ପଡ଼ିଥିବା କଥାକୁ ସ୍ୱୀକାର କରି ନଥିଲେ। ବରଂ କହିଥିଲେ ଆମେ ଦୁହେଁ ତ ସ୍କୁଟିରେ ଯାଉଥିବା ସମୟରେ ତଳକୁ ଖସି ପଡ଼ିଥିଲୁ।

ଏହି ଘଟଣା ବୁଧବାର ଝୋଟାଓ୍ଵାଡାସ୍ଥିତ ଏକ ଆପାର୍ଟମେଣ୍ଟରେ ଘଟିଛି। ଆକସ୍ମିକ ଭାବେ ୨୦-୨୨ବର୍ଷର ପ୍ରେମୀଯୁଗଳ ତୃତୀୟ ମହଲାର ବାଲକୋନିରୁ ଖସି ପଡ଼ିଥିଲେ। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ପାଖଘର ଲୋକ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ହସ୍‌ପିଟାଲ୍‌ରେ ଚିକିତ୍ସା ଚାଲିିଥିବା ସମୟରେ ଦୁହିଁଙ୍କ ଚେତା ଆସିଥିଲା। ଚେତା ଆସିବା ପରେ ଦୁହେଁ ଯେଉଁ ବୟାନ ଦେଇଥିଲେ, ତାହା ଶୁଣି ପାଖପଡ଼ିଶା ଓ ଡାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଦୁହେଁ ତୃତୀୟ ମହଲା ବାଲକୋନିରୁ ଡେଇଁ ପଡ଼ିଥିଲେ ହେଁ ସ୍କୁଟିରୁ ତଳକୁ ପଡ଼ିଥିବା କଥା କହିଥିଲେ। ଯୁବକଙ୍କ ଗୋଡ଼ ଓ ଯୁବତୀଙ୍କ ପିଠିରେ ଆଘାତ ଲାଗିଥିବା ବେଳେ ଚିକିତ୍ସା ଜାରି ରହିଥିବା କହିଛନ୍ତି ଡାକ୍ତର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe