ମଦ୍ୟପ ପିତାର ଉନ୍ମତ୍ତ କାଣ୍ଡ: ନବଜାତକକୁ ମା’ କୋଳରୁ ଟାଣି ଆଣି କଲା ହତ୍ୟା

Advertisment
ମଦ୍ୟପ ପିତାର ଉନ୍ମତ୍ତ କାଣ୍ଡ: ନବଜାତକକୁ ମା’ କୋଳରୁ ଟାଣି ଆଣି କଲା ହତ୍ୟା

ମୁଜାଫରନଗର: ଉତ୍ତରପ୍ରଦେଶର ସାମଲି ଜିଲ୍ଲାର ଏକ ଗ୍ରାମରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମଦ୍ୟପ ପିତା ତାର ଦୁଇମାସର ଶିଶୁକୁ ବାଡ଼ିରେ ପିଟି ହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ନବଜାତ ଶିଶୁ ମା’ ରେଣୁଙ୍କ କୋଳରେ ଶୋଇ ଖେଳୁଥିଲା। ଏହି ସମୟରେ ନିଷ୍ଠୁର ପିତା ମଦ୍ୟପାନ କରି ଆସି ଘରେ ପହଞ୍ଚି ଯାଇଥିଲା। ଏହାପରେ ସ୍ବାମୀ ଦେବେନ୍ଦ୍ର  ଓ ପତ୍ନୀ ରେଣୁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ଦେବେନ୍ଦ୍ର ରେଣୁକୁ ମାଡ଼ ମାରିବା ସହିତ ପତ୍ନୀ‌ କୋଳରୁ ଦୁଇମାସର ନବଜାତ ଶିଶୁକୁ ନେଇ ମାଡ଼ ମାରିଥିଲା। ଏଥିରେ ତାର ମନ ବୁଝି ନଥିଲା ଯେ ଏକ ବାଡ଼ି ଆଣି ଶିଶୁକୁ ପିଟିପିଟି ମାରି ଦେଇଥିଲା ଦେବେନ୍ଦ୍ର।

ଏହି ଘଟଣାକୁ ନେଇ ରେଣୁ ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଦେବନ୍ଦ୍ରେ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ଧାରା ୩୦୪ରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe