ଭୋଜନ ପାଇଁ ବସରୁ ଓହ୍ଲାଇଥିବା ବେଳେ ଯୁବତୀଙ୍କ ଆସନରେ ପରିସ୍ରା କଲେ ମଦ୍ୟପ ଯାତ୍ରୀ

ଭୋଜନ ପାଇଁ ବସରୁ ଓହ୍ଲାଇଥିବା ବେଳେ ଯୁବତୀଙ୍କ ଆସନରେ ପରିସ୍ରା କଲେ ମଦ୍ୟପ ଯାତ୍ରୀ

ନୂଆଦିଲ୍ଲୀ: ନିକଟରେ ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ଯାତ୍ରୀ ପରିସ୍ରା କରିଥିବା ଘଟଣା ସାମ୍ନାକୁ ଆସିଥିବା ବେଳେ କର୍ଣ୍ଣାଟକ ରାଜ୍ୟ ସଡକ ପରିବହନ ନିଗମ (କେଏସଆରଟିସି) ବସ୍‌ରେ ବି ଏମିତି ଏକ ଘଟଣା ଘଟିଛି।

ଏହି ବସରେ ଜଣେ ୨୦ବର୍ଷର ଯୁବତୀ ବସିଥିବା ଆସନରେ ଜଣେ  ମଦ୍ୟପ ସହ-ଯାତ୍ରୀ ପରିସ୍ରା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ହୁବ୍ବଲି ଜିଲ୍ଲାର କିରେସୁରୁ ଢ଼ାବା ନିକଟରେ ଘଟିଥିବା କୁହାଯାଉଛି।

ତେବେ ଏହି ଘଟଣା ଘଟିଥିବା ନନ ଏସି ସ୍ଲିପର ବସ୍ ବିଜୟପୁରରୁ ମାଙ୍ଗାଲୋର ଯାଉଥିଲା। ବାଟରେ ଯାତ୍ରୀଙ୍କ ଖାଇବା ନିମନ୍ତେ ବସଟି ଏକ ଢ଼ାବା ନିକଟରେ ଅଟକି ଥିଲା। ଏହାପରେ କଣ୍ଡକ୍ଟର ସମସ୍ତ ଯାତ୍ରୀଙ୍କୁ ବସରୁ ଓହ୍ଲାଇ ଖାଇବା ପାଇଁ ସୂଚିତ କରିଥିଲେ। ଏତିକି ବେଳେ ଉକ୍ତ ବସରେ ଜଣେ ମଦ୍ୟପ ଯାତ୍ରୀ ବି ଯାତ୍ରା କରୁଥିଲେ। ସେ ଅତ୍ୟଧିକ ମଦ ପାନ କରିଥିବାରୁ ବସ ଭିତର କେଉଁଟା ବାହାର କେଉଁଟା ଜାଣି ପାରି ନଥିଲେ।

ଫଳରେ ସେ ବସ ଭିତରେ ଜଣେ ଯୁବତୀଙ୍କ ଆସନରେ ପରିସ୍ରା କରି ଦେଇଥି‌ଲେ। ଉକ୍ତ ଯୁବତୀ ଜଣକ ଢ଼ାବାରୁ ଖାଇସାରି ନିଜ ସିଟରେ ବସିବାକୁ ଯାଉଥିବା ବେଳେ ଦୁର୍ଗନ୍ଧ ହେବାରୁ ସେ ବସ ଚାଳକ ଓ କଣ୍ଡକ୍ଟରଙ୍କୁ ଏହି ଘଟଣା ବିଷୟରେ ଅବଗତ କରାଇଥିଲେ। ଏହାପରେ ବସ ଚାଳକ ଏଭଳି କାଣ୍ଡ ଘଟାଇଥିବା ମଦ୍ୟପ ଯାତ୍ରୀଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କୁ ଦ୍ବିତୀୟ ଥର ବସରେ ଚଢ଼ିବାକୁ ଅନୁମତି ଦେଇ ନଥିଲେ।

ଯୁବତୀଙ୍କୁ ବୁଝାସୁଝା କରିବା ପରେ ଚାଳକ ଓ କଣ୍ଡକ୍ଟର ତାଙ୍କୁ ବସିବା ପାଇଁ ବିକଳ୍ପ ଆସନ ଦେଇଥିଲେ। ଏହି ଘଟଣାକୁ ନେଇ ଯୁବତୀ ମଦ୍ୟପ ଯାତ୍ରୀଙ୍କ ବିରୋଧରେ କୌଣସି ଅଭିଯୋଗ ପୁଲିସ ଷ୍ଟେସନରେ କରିବେ ନାହିଁ ବୋଲି ମନା କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe