ସ୍କୁଲ ପୋଷାକରେ ମଦ ନିଶାରେ ଟଳମଳ ହେଉଥିବା ଛାତ୍ରୀଙ୍କ ଭିଡିଓ ଭାଇରାଲ

Advertisment

ମଧ୍ୟପ୍ରଦେଶର ଜବଲପୁରର ପନାଗରସ୍ଥିତ ସିଏମ ରାଇସ ସ୍କୁଲ ସିଗୌଦରେ ପାଠପଢ଼ୁଥିବା ଜଣେ ୧୦ମ ଛାତ୍ରୀଙ୍କ ମଦ ପିଇବା ଭିଡିଓ ସୋସିଆଲ ମିଡିଆରେ ହେଉଛି ଭାଇରାଲ। ଶିକ୍ଷକ, ଶିକ୍ଷୟିତ୍ରୀ ଓ ପରିବାରଲୋକଙ୍କୁ ଦୋଷ ଦେଇଛନ୍ତି ଲୋ‌‌କେ।

ମଧ୍ୟପ୍ରଦେଶର ଜବଲପୁରର ପନାଗରସ୍ଥିତ ସିଏମ ରାଇସ ସ୍କୁଲ ସିଗୌଦରେ ପାଠପଢ଼ୁଥିବା ଜଣେ ୧୦ମ ଛାତ୍ରୀଙ୍କ ମଦ ପିଇବା ଭିଡିଓ ସୋସିଆଲ ମିଡିଆରେ ହେଉଛି ଭାଇରାଲ। ଶିକ୍ଷକ, ଶିକ୍ଷୟିତ୍ରୀ ଓ ପରିବାରଲୋକଙ୍କୁ ଦୋଷ ଦେଇଛନ୍ତି ଲୋ‌‌କେ।

ସ୫୬୪


ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁରର ପନାଗରସ୍ଥିତ ସିଏମ ରାଇସ ସ୍କୁଲ ସିଗୌଦରେ ପାଠପଢ଼ୁଥିବା ଜଣେ ୧୦ମ ଛାତ୍ରୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଛାତ୍ରୀ ଜଣକ ମଦ ନିଶାରେ ଟଳମଳ ହୋଇ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳୁଛି।

ସ୍କୁଲ ପୋଷାକରେ ଛାତ୍ରୀଙ୍କ ମଦ ପିଇବା ଭିଡିଓ ଭାଇରାଲ ହେବାପରେ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ପରିବାରଲୋକଙ୍କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଛାତ୍ରୀଜଣକ ମଦ‌ ନିଶାରେ ରାସ୍ତା ଯାଏଁ ଗଲା କେମିତି। ଏନେଇ ପରିବାରଲୋକ କି ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀ କେମିତି ଜାଣି ପାରିଲେ ନାହିଁ।

ସ୍କୁଲ ପୋଷାକରେ ଛାତ୍ରୀ ଜଣକ ମଦ ପିଇ ଯେଭଳି ଭାବେ ରାସ୍ତାରେ ଟଳମଳ ହେଉଛନ୍ତି ତାହା ଅନ୍ୟ ଛାତ୍ରୀମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ ବୋଲି ଲୋକେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି।

ଭିଡିଓ ସାମ୍ନାକୁ ଆସିବା ପରେ ଶିକ୍ଷା ବିଭାଗ ଅଧିକାରୀ ଯାଞ୍ଚ ଆରମ୍ଭ କରିଛନ୍ତି। ଭାଇରାଲ ଭିଡିଓରେ ମଦ ପିଇଥିବା ଛାତ୍ରୀଙ୍କ ପାଖକୁ ମଦ କିପରି ଆସିଲା ? ସେ ନିଜ ଇଚ୍ଛା ମୁତାବକ ମଦ ପିଇଛନ୍ତି ନା ତାଙ୍କୁ କେହି ପିଇବାକୁ ବାଧ୍ୟ କରିଛନ୍ତି ସେ ନେଇ ଶିକ୍ଷା ବିଭାଗ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe