ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଆଇନ ବିଭାଗ େଓ୍ଵବସାଇଟ୍‌ ହ୍ୟାକ୍‌ କଲା ବାଂଲାଦେଶୀ ହ୍ୟାକର

Advertisment
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଆଇନ ବିଭାଗ େଓ୍ଵବସାଇଟ୍‌ ହ୍ୟାକ୍‌ କଲା ବାଂଲାଦେଶୀ ହ୍ୟାକର

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଇନ ଫାକଲ୍‌ଟିଙ୍କ େଓ୍ଵବସାଇଟକୁ ବାଂଲାଦେଶ ହ୍ୟାକର୍ସ ହ୍ୟାକ୍‌ କରିଥିବା ଖବର ମିଳିଛି। ଫାକଲ୍‌ଟିଙ୍କ ଲ ସେଣ୍ଟର-୧୧ େଓ୍ଵବସାଇଟ୍‌କୁ ଯେତେବେଳେ ଛାତ୍ରଛାତ୍ରୀମାନେ ସନ୍ଧ୍ୟାରେ ଲଗ୍‌ଇନ୍‌ କରନ୍ତି ତାହା ସେବା ବାହାରେ ବୋଲି ସୂଚିତ କରିଥିଲା। ଏହାପରେ େଓ୍ଵବସାଇଟ୍‌ ହ୍ୟାକ୍‌ ହୋଇଛି ବୋଲି ସନ୍ଦେହ ହୋଇଥିଲା।

publive-image

ଏହାପରେ ଛାତ୍ରଛାତ୍ରୀମାନେ ବାଂଲାଦେଶ ସାଇବର ହ୍ୟାକ୍‌ରର ଏକ ସନ୍ଦେଶ ଦେଖିଥିଲେ। ଯିଏକି ନିଜକୁ ସାଇବର ଟର୍ମିନେଟର ଆର୍ମି ବୋଲି କହିବା ସହିତ ଆପଣଙ୍କ ସିଷ୍ଟମ ସୁରକ୍ଷିତ ନୁହେଁ ବୋଲି ବି ସୂଚିତ କରିଥିଲା। ଯଦି ଆପଣ ଆମ ସହିତ ସାଲିସ୍‌ ନକରନ୍ତି ତେବେ ଆମେ ପୁଣି ଫେରିବୁ। ଫେସ୍‌ବୁକ୍‌ ପେଜରେ ମଧ୍ୟ ହ୍ୟାକର ଏକ ଲିଙ୍କ୍‌ ଛାଡ଼ିଛି। ତେବେ ଫାକଲ୍‌ଟି ଭିକେ ଆହୁଜା କହିଛନ୍ତି ଏବେ ତାଙ୍କ େଓ୍ଵବସାଇଟ୍‌ ପୂର୍ବ ଭଳି ଠିକ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe