Image Source--aajtak
ସିକନ୍ଦରାବାଦ୍: ତେଲେଙ୍ଗାନାର ମିରଜଲଗୁଡ଼ା ଅଞ୍ଚଳର ଜଣେ ୬୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରି ପଳାଇ ଯାଇଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ୍ ଧରିବାରେ ସମର୍ଥ ହୋଇଛି। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ୫୦ ବର୍ଷୀୟ ଆନ୍ଥୋନି ଜର୍ଜ ଏବଂ ୫୩ ବର୍ଷୀୟ ନିନାଭତ୍ ବିଜୟ କୁମାର। ମଲକାଜଗିରିର ଏହି ଦୁଇ ବାସିନ୍ଦାଙ୍କୁ ପୁଲିସ୍ ଶୁକ୍ରବାର ରାତିରେ ଗିରଫ କରିଛି।
ମଙ୍ଗଳବାର ରାତି ପ୍ରାୟ ୮.୧୫ ସମୟରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିଲା। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ମିରଜଲଗୁଡ଼ା ଅଞ୍ଚଳରେ ଆନ୍ଥୋନି ଏବଂ ବିଜୟ କୁମାର ଜଣେ ୬୦ ବର୍ଷୀୟା ବୃଦ୍ଧାଙ୍କୁ ଧରି ନେଇ ମଦ୍ୟପାନ କରାଇଥିଲେ। ବୃଦ୍ଧା ଜଣକ ନିଜର ଚେତା ହରାଇ ବସିବା ପର୍ଯ୍ୟନ୍ତ ଅଭିଯୁକ୍ତ ଦୁହେଁ ତାଙ୍କୁ ମଦ ପିଆଇଥିଲେ। ବୃଦ୍ଧା ଜଣକ ସଂପୂର୍ଣ୍ଣ ଚେତା ହରାଇ ବସିବା ପରେ ସେମାନେ ତାଙ୍କୁ ଏକ ଘର ଭିତରକୁ ନେଇ ଦୁଷ୍କର୍ମ କରିଥିଲେ।
Photo Credit: Getty Imagesଚେତା ଫେରିବା ପରେ ପୀଡ଼ିତା ବୃଦ୍ଧା ଜଣକ ସାହାଯ୍ୟ ପାଇଁ ଚିତ୍କାର କରିବା ପରେ ସ୍ଥାନୀୟ ଲୋକେ ଧାଇଁ ଆସିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ସହ ପୁଲିସ୍ରେ ଖବର ଦେଇଥିଲେ। ପୁଲିସ୍ ଦଳ ଆସି ପୀଡ଼ିତାଙ୍କୁ ପୁଲିସ୍ ଷ୍ଟେସନ୍ ନେଇ ସେଠାରେ ଏକ ମାମଲା ରୁଜୁ କରାଇଥିଲେ। ଅଭିଯୁକ୍ତ ଦ୍ବୟଙ୍କୁ ପୁଲିସ୍ ତତ୍କ୍ଷଣାତ ଧରିବାରେ ଅସମର୍ଥ ହୋଇଥିଲେ ବି ଶୁକ୍ରବାର ରାତି ସୁଦ୍ଧା ଖୋଜି ବାହର କରିିଥିଲା । ପୁଲିସ୍ ସେମାନଙ୍କୁ ଧରିବା ପରେ ନ୍ୟାୟିକ ହେପାଜତରେ ରଖିଛି।
Follow Us