ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲେ ଶିକ୍ଷକ

Advertisment
ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲେ ଶିକ୍ଷକ

The Tribune India

ମେଦିନିନଗର: ଝାଡଖଣ୍ଡର ପାଲାମୁ ଜିଲ୍ଲାର ରାଜହାରା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ସ୍କୁଲ ଶିକ୍ଷକ ନିଜର ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କରି ଏକ କୂଅରେ ପକାଇ ଦେଇଥିବା ଅଭିଯୋଗ ହୋଇଛି।
ଏହି ହତ୍ୟାଘଟଣାକୁ ନେଇ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଛି । ଏଥିସହିତ ପୁଲିସ ଏହି ଘଟଣାରେ ଅଭିଯୁକ୍ତ ଶିକ୍ଷକ ସହିତ ଅନ୍ୟ ଚାରିଜଣ ସଦସ୍ୟଙ୍କୁ ମଧ୍ୟ ଏଥିରେ ସମ୍ପୃକ୍ତ ଥିବା ନେଇ ଗିରଫ କରିଛି।

ବିଶ୍ରାମପୁର ପୁଲିସ ଅଧିକାରୀ ସୁରଜିତ କୁମାର କହିଛନ୍ତି, ଯେ ଅଭିଯୁକ୍ତ ସ୍କୁଲ ଶିକ୍ଷକ ଆଶିଷ ପାଣ୍ଡେ ମଧ୍ୟ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ଏକ ଅଭିଯୋଗ କରିଛନ୍ତି। । କିନ୍ତୁ ପୁଲିସ ତାଙ୍କୁ ସନ୍ଦେହ ଘେରକୁ ଆଣି ନାହିଁ।

Jharkhand Teacher Kills Wife, 2 Kids, Dumps Their Bodies In Well: Police

ତେବେ ଗିରଫ ପରେ ପଚରାଉଚରା ସମୟରେ ଅଭିଯୁକ୍ତ ସ୍କୁଲ ଶିକ୍ଷକ ଆଶିଷ ପାଣ୍ଡେ ପତ୍ନୀ ସୋନି ଦେବୀ(୨୫), ଝିଅ ସମୃଦ୍ଧି (୫) ଏବଂ ପୁଅ ସମଦର୍ଶୀ(୩)ଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। କୂଅରୁ ସମସ୍ତ ମୃତଦେହକୁ ଉଦ୍ଧାର କରାଯାଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସୋନି ଦେବୀଙ୍କ ପିତା ଆଶିଷ ପାଣ୍ଡେଙ୍କ ପିତାମାତା, ବଡ ଭାଇ ଏବଂ ବଡ଼ ଭାଇର ପତ୍ନୀଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି, ୨୦୧୪ ମସିହାରେ ଝିଅର ବିବାହ ହୋଇଥିଲା। ବିବାହ ପରଠାରୁ ସୋନିଙ୍କୁ ତାଙ୍କ ଜ୍ବାଇଁ ଶାରୀରିକ ତଥା ମାନସିକ ନିର୍ଯାତନା ଦେଉଥିଲେ। କେବଳ ଏତିକି ନୁହେଁ ଝିଅର ଶାଶୁ ସବୁବେଳେ ‌ଯୌତୁକ ଦାବି କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe