ପୁଞ୍ଜି ବିନିଯୋଗ ନାଁରେ କୋଟିଏ ଟଙ୍କାର ଠକେଇ, ଆର୍ଥିକ ପରାମର୍ଶଦାତା ଗିରଫ

Advertisment
ମହିଳାଙ୍କୁ ଆକ୍ରମଣ, ଯୁବକ ଗିରଫ

ଭୁବନେଶ୍ୱର: ପୁଞ୍ଜି ବିନିଯୋଗ ନାଁରେ କୋଟିଏ ଟଙ୍କା ଠକେଇ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଏକ ଅର୍ଥଲଗାଣାକରୀ ସଂସ୍ଥାର ଆର୍ଥିକ ପରାମର୍ଶଦାତାଙ୍କୁ ଗିରଫ କରିଛି। ସେ ହେଲା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ପୁରୁଷୋତ୍ତମ ପରିଡ଼ା(୪୫)। ଏଠାରେ ସେ ଖଣ୍ଡଗିରି ଥାନା ଅଧୀନ ଭରତପୁର ଅଞ୍ଚଳରେ ରହୁଥିଲେ। ଗତ ୨୦୧୫ରେ ପୁରୁଷୋତ୍ତମ ଦୁଇଗୁଣ ଟଙ୍କା ଫେରସ୍ତ ଲୋଭ ଦେଖାଇ ଜୀବନ ମହାପାତ୍ର ନାମକ ଜଣେ ବ୍ୟକ୍ତି ଓ ତାଙ୍କ ଭାଇ ରଞ୍ଜନ ମହାପାତ୍ରଙ୍କଠାରୁ କୋଟିଏ ଟଙ୍କା ନେଇଯାଇଥିଲେ। ଟଙ୍କା ନେବା ପରେ ସେ ତାଙ୍କ ପତ୍ନୀ ଓ ନିଜ ନାମରେ ଏକ ଯୁଗ୍ମ ଆକାଉଣ୍ଟ ଖୋଲି ଟଙ୍କା ଜମାକରିଥିଲେ। ଯେତେବେଳେ ଜୀବନ ଓ ରଞ୍ଜନ ପୁରୁଷୋତ୍ତମଙ୍କୁ ଟଙ୍କା ମାଗିଥିଲେ। ସେ ଆଉ ଟଙ୍କା ଫେରାଇ ନଥିଲେ। ତେବେ କିଛିଦିନ ପରେ ଜୀବନଙ୍କୁ ଏକ ଚେକ୍‌ ଦେଇଥିଲେ। ମାତ୍ର ଚେକ୍‌ ବାଉନ୍ସ ହୋଇଥିଲା। ଏନେଇ ଜୀବନ କୋର୍ଟରେ ଏକ ମାମଲା ରୁଜୁ କରିଥିଲେ। କୋର୍ଟଙ୍କ ନିର୍ଦେଶ କ୍ରମେ ଆଜି ଖାରବେଳନଗର ଥାନା ପୁଲିସ ପୁରୁଷୋତ୍ତମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe