ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଘଟଣା। ପ୍ରୟାଗରାଜର ଏକ ସରକାରୀ ଡାକ୍ତରଖାନା ବାହାରେ ଜଣେ ବୃଦ୍ଧାଙ୍କୁ ନର୍ଯାତନା ଦିଆ ଯାଉଥିବା ବେଳର ଭିଡିଓ ଟ୍ବିଟର୍ରେ ଭାଇରାଲ୍ ହେବା ପରେ ଘଟଣାଟିକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ବୃଦ୍ଧା ଜଣଙ୍କର ଘର ନଥିବା ହେତୁ ସେ ହସ୍ପିଟାଲ୍ ବାରଣ୍ଡାରେ ଶୋଇଥିବାରୁ ତାଙ୍କୁ ସେହି ହସ୍ପିଟାଲ୍ର ସୁରକ୍ଷା କର୍ମୀ ଗୋଇଠା ଉପରେ ଗୋଇଠା ମାରୁଥିବାର ଦେଖିବାକୁ ମିଳିଛି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଗୁରୁବାର ରାତିରେ ସ୍ୱରୋପ ରାନୀ ନେହେରୁ ହସ୍ପିଟାଲ ବାହାରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ସୁରକ୍ଷାକର୍ମୀ ଜଣକ ହେଉଛନ୍ତି ସଞ୍ଜୟ ମିଶ୍ର। ମହିଳା ଜଣକ କାନ୍ଦୁଥିବା ବେଳେ ସୁରକ୍ଷା କର୍ମୀ ଜଣକ ତାଙ୍କ କଥା ନଶୁଣି ସଞ୍ଜୟ ତାଙ୍କୁ ଗୋଇଠା ମାରୁଥିବାର ଦେଖିବାକୁ ମିିଳିଛି।
୩୩ ସେକେଣ୍ଡ୍ର ଏହି ଭିଡିଓରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବି ଦେଖିବାକୁ ମିଳିଥିଲା। ମାତ୍ର ସଞ୍ଜୟ ମହିଳାଙ୍କୁ ମାରୁଥିବା ବେଳେ ତୃତୀୟ ବ୍ୟକ୍ତି ଜଣକ କୌଣସି ପ୍ରକାରର ହସ୍ତକ୍ଷେପ କରିନଥିବା ଜାଣିବାକୁ ମିଳିଛି।
ଘଟଣା ଘଟିବା କିଛି ସମୟ ପରେ ମହିଳାଙ୍କୁ ଚିକିତ୍ସା ପାଇଁ ଉକ୍ତି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଭିଯୁକ୍ତ ସଞ୍ଜୟଙ୍କ ନାମରେ ଏଫ୍ଆଇଆର୍ ରୁଜ୍ଜୁ ହୋଇଛି। ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ସଞ୍ଜୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
Follow Us