ଧଳସାମନ୍ତ ଭ୍ରାତା ସହଯୋଗୀଙ୍କ ସମ୍ପତ୍ତି ଆଟାଚ କଲା ଇଡି

ଆଇଆରସିଟିସି ଟେଣ୍ଡର ଦୁର୍ନୀତି ମାମଲା: ଲାଲୁଙ୍କ ୪୫ କୋଟି ଟଙ୍କାର ଜମି ଜବତ

ଭୁବନେଶ୍ୱର: କମିସନରେଟ ପୁଲିସ ଦ୍ୱାରା ଗିରଫ ହୋଇ ଜେଲରେ ଦିନ ବିତାଉଥିବା ଧଳସାମନ୍ତ ବ୍ରଦର୍ସଙ୍କ ସହଯୋଗୀଙ୍କ ମାଲିକାନାରେ ଥିବା ୮କୋଟି ୮୨ଲକ୍ଷ ୬୬ହଜାର ୯୭୭ ଟଙ୍କାର ସ୍ଥାବର-ଅସ୍ଥାବର ସମ୍ପତ୍ତିକୁ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଟାଚ କରିଛି। ସମ୍ପତ୍ତି ଆଟାଚ୍‌ ହୋଇଥିବା ବ୍ୟକ୍ତିମାନେ ହେଲେ ଭାରତ ଭୂଷଣ ସ୍ୱାଇଁ, ଶିବ ଗୋଚ୍ଛି, କୃଷ୍ଣଚନ୍ଦ୍ର ଦାସ, ସଂଗ୍ରାମ ନାଥ, ଶରତ ସାହୁ।

ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଧଳସାମନ୍ତ ବ୍ରଦର୍ସଙ୍କ ନାମରେ ଥିବା ୮.୨୩ କୋଟି ଟଙ୍କାର ସମ୍ପତ୍ତିକୁ ଆଟାଚ କରିଥିଲା। ଇଡି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅର୍ଥନୈତିକ ଅପରାଧ ଶାଖା ଧଳସାମନ୍ତ ବ୍ରଦର୍ସଙ୍କ ନାମରେ ସମୁଦାୟ ୧୭.୦୭ କୋଟି ଟଙ୍କାର ଚଳ-ଅଚଳ ସମ୍ପତ୍ତି ଆଟାଚ ହୋଇଛି।

ସୂଚନାଯୋଗ୍ୟ, ଧଳସାମନ୍ତ ବ୍ରଦର୍ସ ୨୦୧୬ରେ କମିସନରେଟ ପୁଲିସ ଦ୍ୱାରା ଗିରଫ ହୋଇଥିଲେ। ସେମାନଙ୍କର ୨ଜଣ ମୁଖ୍ୟ ସହଯୋଗୀ ଦେବଦତ୍ତ ଦାସ ଓରଫ ଲିପୁନା(୨୩) ଓ ଚନ୍ଦନ ବେହେରା (୩୦) କୋଲକାତାରୁ ଗିରଫ ହୋଇଥିଲେ। ଧଳ ସାମନ୍ତ ବ୍ରଦର୍ସଙ୍କ ନାମରେ ବିିଭିନ୍ନ ଥାନାରେ ୨୧ଟି ମାମଲା ରୁଜୁ ହୋଇଛି। ସୁଶାନ୍ତ ଧଳସାମନ୍ତ ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ୱତନ୍ତ୍ର ଜେଲରେ ଥିବା ବେଳେ, ସୁଶୀଳ ଧଳସାମନ୍ତ ବାଲେଶ୍ୱର ଜିଲ୍ଲା ଜେଲରେ ଦିନ କାଟୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe