ନୂଆଦିଲ୍ଲୀ: ଆଇଟି ମନ୍ତ୍ରାଳୟ ଅଭିଯୋଗ ଆଧାରରେ ଦିଲ୍ଲୀ ପୁଲିସର ସାଇବର ସେଲ ପର୍ଣ୍ଣ େଓ୍ଵବସାଇଟ୍ ବିରୋଧରେ ପାଞ୍ଚଟି ମାମଲା ରୁଜୁ କରିଛି। ଏହି ସାଇଟ୍ରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭିଡିଓ ଚାଲୁଥିଲା ବୋଲି ଅଭିଯୋଗ ହୋଇଥିଲା।
ପୁଲିସ ସୂତ୍ରରୁ ପ୍ରକାଶ: େଓ୍ଵବସାଇଟ୍ରେ ଥିବା ଭିଡିଓରେ ଭାରତୀୟ ନାବାଳିକାଙ୍କ ସହିତ ହୋଇଥିବା ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଦେଖିବାକୁ ମିଳିଥିଲା। ଏଥିସହିତ େଓ୍ଵବସାଇଟ ଜରିଆରେ ଏହି ଭିଡିଓକୁ ସର୍କୁଲେଟ ବି କରାଯାଇଥିବା ଜଣାପଡ଼ିଥିଲା। ପୁଲିସ ଏହି ଆଇପି ଆଡ୍ରେସ୍କୁ ଟ୍ରାକ୍ କରିବାକୁ ଚେଷ୍ଟା କରୁଛି। ଯେଉଁଥିରେ ଏହି ଭିଡିଓକୁ ଅପଲୋଡ କରାଯାଇଥିଲା। ଏହି େଓ୍ଵବସାଇଟ୍କୁ ସରକାରଙ୍କ ତରଫରୁ ବ୍ଲକ୍ କରି ଦିଆଯାଇଛି। ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋର ସାଇବର ପୋର୍ଟାଲ ଦ୍ୱାରା ମିଳିଥିବା ସଙ୍କେତ ପରେ ଏକ ମନ୍ତ୍ରାଳୟ ସିନିୟର ଅଧିକାରୀ ସାଇବର ସେଲକୁ ସମ୍ପର୍କ କରିଥିଲେ, ଏହା ପରେ ମାମଲା ରୁଜୁ ହୋଇଥିଲା। ପୁଲିସ ଏହି ବ୍ୟବସାୟରେ ସମ୍ପୃକ୍ତ ଥିବା ଲୋକମାନଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରୁଛି। ତେବେ ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି, େଓ୍ଵବସାଇଟ ଭାରତରୁ ଅପରେଟ କରାଯାଉଥିଲା।
ସୂଚନାଯୋଗ୍ୟ, ୨୦୧୫ରେ ଆଇଟି ଓ କମ୍ପ୍ୟୁନିକେସନ୍ ମନ୍ତ୍ରାଳୟ ୮୦୦ରୁ ଅଧିକ େଓ୍ଵବସାଇଟ୍ର ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ଏହି ସେବା ବନ୍ଦ କରିବାକୁ ଆଦେଶ ଦେଇଥିଲା।
Follow Us