ମୁନିଗୁଡ଼ା: ସାନଭାଇର ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ନିଜେ ହତ୍ୟାର ଶିକାର ହେଲେ ଡଙ୍ଗରିଆ ଯୁବକ ଡ୍ରୁକୁ ଶିକକା। ରାୟଗଡ଼ାଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ମୁନିଖୋଲ ଅନ୍ତର୍ଗତର କୁଲେରିପଟା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗାଁ ନିକଟସ୍ଥ ଡିମ୍ବୁଲିପଟା ଜଙ୍ଗଲ ମଧ୍ୟରେ ପ୍ରତିଶୋଧକୁ ନେଇ ଘଟିଯାଇଛି ଏକ ବୀଭତ୍ସ ହତ୍ୟାକାଣ୍ଡ।
ଏହି ଖବର ପଢ଼ନ୍ତୁ: ସହଦେବ ନାୟକଙ୍କ ୨ ସନ୍ତାନଙ୍କ ପାଠପଢ଼ା ଦାୟିତ୍ବ ନେଲେ ବିରୋଧୀ ଦଳ ନେତା
ସୂଚନା ଅନୁଯାୟୀ ୨୦୨୧ ମସିହା ଜାନୁଆରି ୧୪ ତାରିଖ ଦିନ ଉକ୍ତ ଗ୍ରାମର ଲଗାଡ଼ି ସିକକା(୩୦)ଙ୍କୁ ହତ୍ୟା କରାଯାଇଥିଲା। ଘଟଣା ପରେ ମୁନିଗୁଡ଼ା ଥାନା ଏକ ମାମଲା ରୁଜୁ କରି ତଦନ୍ତ ପରେ ହତ୍ୟା ଅଭିଯୋଗରେ ସେହି ଗ୍ରାମର ମାଣି ଶିକକା ଓ ସୁଟେ ସିକକାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ହେଲେ କଥା ସେଇଠି ଥମି ନଥିଲା। ମୃତକ ଲଗାଡି ସିକକାର ବଡ଼ଭାଇ ଡ୍ରୁକୁ ଶିକକା(୩୫) ସାନ ଭାଇ ହତ୍ୟାର ପ୍ରତିଶୋଧ ନେବାପାଇଁ ସେବେଠାରୁ ସମୟ ଓ ସ୍ଥାନ ଖୋଜୁଥିଲା।
ଏହି ଖବର ପଢ଼ନ୍ତୁ: ସୁଭଦ୍ରା ପୋର୍ଟାଲରୁ ଭୁଲରେ ନାମ ବାଦ୍ ପଡ଼ିଛି କି? ଚିନ୍ତା କରନ୍ତୁ ନାହିଁ...
ହତ୍ୟାର ପ୍ରତିଶୋଧ ନେବା ପାଇ ସମ୍ପର୍କିୟ ଭାଇ ବଟୁକୁ ହତ୍ୟା କରିବାକୁ ସମୟ ଖୋଜୁଥିଲା ଡ୍ରୁକୁ। ମନରେ ଚିନ୍ତା କରିଥିଲା ଯେ, ସାନଭାଇର ହତ୍ୟାକାରୀର ବଂଶରୁ କାହାରିକୁ ହତ୍ୟା କରିବି। ଏହି କ୍ରମରେ ଗତ ୮ତାରିଖ ଦିନ ମାଣି ଶିକକାର ସଂପର୍କୀୟ ବଟକୁ ସିକାକା ନିଜ ସାଙ୍ଗ ଲଖନ ଶିକାକା ଡିମ୍ବୁଲି ପଟା ଜଙ୍ଗଲ ନିକଟସ୍ଥ ସଲପ ଗଛ ନିକଟରେ ବୁଧବାର ଦିନ ବୁଲୁଥିବା ବେଳେ ଡ୍ରୁକୁ ଶିକାକା ଏହାର ସୁଯୋଗ ନେଇ ହଠାତ୍ ଟାଙ୍ଗିଆ ସାହାଯ୍ୟରେ ସେମାନଙ୍କୁ ଆକ୍ରମଣ କରିବାକୁ ଆଗେଇ ଆସିଥିଲା। ବଟକୁ ସିକକା ହଠାତ୍ ଏଭଳି ଅଭାବନୀୟ ପରିସ୍ଥିତିକୁ ସାମନା କରିବାକୁ ଭୟଭୀତ ହୋଇ ସାଥିରେ ଥିବା ଲକ୍ଷ୍ମଣକୁ ସହାୟତା ପାଇଁ କହିଥିଲା। ଉଭୟ ପ୍ରତିଶୋଧ ପରାୟଣ ଡ୍ରୁକୁ ସିକକାକୁ କାବୁ କରିବାକୁ ଯାଇ ରାଗରେ ତା ହାତରୁ ଟାଙ୍ଗିଆ ଛଡ଼ାଇ ତାକୁ ଆକ୍ରମଣ କରିଥିଲେ।ଫଳରେ ଡ୍ରୁକୁର ବେକରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଘଟଣା ସ୍ଥଳରେ ତାର ଜୀବନ ଚାଲି ଯାଇଥିଲା।
ଏହି ଖବର ପଢ଼ନ୍ତୁ: ତାପମାତ୍ରା ୪.୮ ଡିଗ୍ରି ସହ ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶାର ଦାର୍ଜିଲିଂ
ପରେ ବଟୁକୁ ଓ ଲଖନ ଗାଁକୁ ଯାଇ ସମସ୍ତଙ୍କୁ ହତ୍ୟାକାଣ୍ଡ ବିଷୟରେ ଜଣାଇଥିଲେ। ଗାଆଁର ନିଷ୍ପତ୍ତି କ୍ରମେ ମୁନିଗୁଡ଼ା ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଖବରପାଇ ଗାଁରେ ପହଞ୍ଚି ମୃତଦେହ ଜବତକରି ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରିବା ସହ ହତ୍ୟାକାରୀ ଦୁଇ ଜଣଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଥିଲା।
ମୁନିଗୁଡ଼ା ଥାନା ମାମଲା ରୁଜୁକରି ହତ୍ୟାକାରୀ ବଟକୁ ଓ ଲଖନକୁ କୋର୍ଟ ଚାଲାଣ କରାଯାଇଛି। ଏହି ହତ୍ୟାକାଣ୍ଡର ତଦନ୍ତ ବିଷମକଟକ ଏସଡିପିଓ ସନ୍ତୋଷିନୀ ଓରାମଙ୍କ ନିର୍ଦ୍ଦେଶ ଓ ବିଷମକଟକ ଆଇଆଇସି ସୂର୍ଯ୍ୟ କୁମାର ପାଢ଼ୀଙ୍କ ନେତୃତ୍ବରେ ମୁନିଗୁଡ଼ା ଥାନା ତଦନ୍ତକାରୀ ଅଫିସର ସବ ଇନ୍ସପେକ୍ଟର ନରେନ୍ଦ୍ର କୁମାର ବେହେରା, ପ୍ରସନ୍ନ କୁମାର ନାୟକ, ସୁଶିଲ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହୋଇଥିବା ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏହି ଖବର ପଢ଼ନ୍ତୁ: ଜାନୁଆରି ୧୨ ପର୍ଯ୍ୟନ୍ତ ଜାରି ରହିବ ବାର୍ଷିକ ପୁଷ୍ପ ପଦର୍ଶନୀ: ମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/11/P5YlPdb7DBNu6ArMzuZv.jpg)