ଭୁବନେଶ୍ବର: ରାଜ୍ୟର ଶାସନ ଦାୟିତ୍ବରେ ସିନା ନାହିଁ। ହେଲେ ଓଡ଼ିଆଙ୍କ ଦୁଃଖକୁ ବୁଝିପାରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ସବୁବେଳେ କୁହନ୍ତି, ଓଡ଼ିଶାର ସାଢ଼େ ୪ କୋଟି ଲୋକ ତାଙ୍କର ପରିବାରର ସଦସ୍ୟ। ଗତମାସର ଅଦିନିଆ ବର୍ଷା ପରେ ବିଭିନ୍ନ ଜିଲ୍ଲାକୁ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚାଷୀମାନଙ୍କୁ ଭେଟି ଥିଲେ। ଏବେ ଅସହାୟ ସହଦେବ ନାୟକଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି। ସହଦେବଙ୍କ ପରିବାରକୁ ନବୀନ ୫୦ ହଜାର ଟଙ୍କା ନଗଦ ପଦ୍ରଦାନ କରିଥିବା ବେଳେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଏହା ସହ ସହଦେବ ନାୟକଙ୍କ ୨ ପିଲାଙ୍କ ପଢ଼ିବା ଦାୟିତ୍ୱ ନେଇଛନ୍ତି।
ଏହି ଖବର ପଢ଼ନ୍ତୁ: ଯୋଜନାର ୨୪ ଘଣ୍ଟା ମଧ୍ୟରେ ସହଦେବଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ: ଡିସିପି
ସହଦେବଙ୍କ ପରିବାରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୫୦ ହଜାର ଟଙ୍କା ନଗଦ ପଦ୍ରଦାନ କରିଥିବା ବେଳେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଏହା ସହ ସହଦେବ ନାୟକଙ୍କ ୨ ପିଲାଙ୍କ ପଢ଼ିବା ଦାୟିତ୍ୱ ନେଇଛନ୍ତି।
ଏହି ଖବର ପଢ଼ନ୍ତୁ: ସୁଭଦ୍ରା ପୋର୍ଟାଲରୁ ଭୁଲରେ ନାମ ବାଦ୍ ପଡ଼ିଛି କି? ଚିନ୍ତା କରନ୍ତୁ ନାହିଁ...
ଅନ୍ୟପଟେ ସହଦେବଙ୍କ ପତ୍ନୀ ସୁନିତା ନାୟକଙ୍କୁ ୫ଟି ଏଜେନ୍ସ ୫ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଛନ୍ତି। ବିଏମସି ଅଧୀନରେ କାର୍ଯ୍ୟରତ ୫ ସଫେଇ ଏଜେନ୍ସି ଯଥା ଗ୍ରୀନ ସର୍କଲ, ଜାଗୃତି, ଅୱାରଲ୍ୟାଣ୍ଡ, ପିଏମଆର, ପିଏଚଆର ପ୍ରମୁଖ ଏହି ଅର୍ଥରାଶିର ସହାୟତା କରିଛନ୍ତି। କେବଳ ସେତିକି ନୁହେଁ ବରଂ ସୁନିତାଙ୍କୁ ଜାଗୃତିରେ ସୁପରଭାଇଜର ଭାବେ ନିଯୁକ୍ତି ମଧ୍ୟ ଦେଇଛନ୍ତି। ଏହାସହ ତାଙ୍କୁ ସ୍ଥାୟୀ ନିଯୁକ୍ତି ସହ ଆର୍ଥିକ ସହାୟତା ଯୋଗାଇବା ପାଇଁ ମଧ୍ୟ ସରକାରଙ୍କୁ ଭୁବନେଶ୍ୱର ମହାନଗର ନିଗମ ଚିଠି ଲେଖିଛି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି।
ଏହି ଖବର ପଢ଼ନ୍ତୁ: ରସୁଲଗଡ ଫ୍ଲାଏ ଓଭର ହତ୍ୟା: ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଦାବିରେ ପ୍ରଦର୍ଶନ
ସୂଚନାଯୋଗ୍ୟ, ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ର ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକଙ୍କୁ ଗତ ୮ ତାରିଖ ଦିନ ବାଣୀବିହାର-ରସୁଲଗଡ଼ ରାସ୍ତାର ଓଭରବ୍ରିଜ୍ରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ କମିସନରେଟ୍ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଗିରଫ କରିଛି। ସହଦେବଙ୍କ ପରିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।
ଏହି ଖବର ପଢ଼ନ୍ତୁ: ଜାନୁଆରି ୧୨ ପର୍ଯ୍ୟନ୍ତ ଜାରି ରହିବ ବାର୍ଷିକ ପୁଷ୍ପ ପଦର୍ଶନୀ: ମନ୍ତ୍ରୀ