Leopard Dies: କଲରାପତରିଆ ବାଘ ମୃତ୍ୟୁ: ବିଷ ମିଶାଇ ଶିକାର କଲେ ବୃଦ୍ଧ

Advertisment

ବଳଦର ମୃତ୍ୟୁରେ କ୍ରୋଧିତ ହୋଇ କଲରାପତରିଆ ବାଘ ଶିକାର କରିଥିବା ବୃଦ୍ଧଙ୍କୁ ବନ ବିଭାଗ ଗିରଫ କରିଛି। ଅଭିଯୁକ୍ତ କୋର୍ଟ ଚାଲାଣ ପରେ ଜେଲ୍‌ ଯାଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଏହି ଘଟଣା ଘଟିଛି।

ବଳଦର ମୃତ୍ୟୁରେ କ୍ରୋଧିତ ହୋଇ କଲରାପତରିଆ ବାଘ ଶିକାର କରିଥିବା ବୃଦ୍ଧଙ୍କୁ ବନ ବିଭାଗ ଗିରଫ କରିଛି। ଅଭିଯୁକ୍ତ କୋର୍ଟ ଚାଲାଣ ପରେ ଜେଲ୍‌ ଯାଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଏହି ଘଟଣା ଘଟିଛି।

Untitled-19

Man arrested in connection with leopard poaching. Photograph: (sambad.in)

ଗୁରୁଣ୍ଡିଆ (ମଞ୍ଜୁ ସାହୁ): ବଳଦର ମୃତ୍ୟୁରେ କ୍ରୋଧିତ ହୋଇ କଲରାପତରିଆ ବାଘ ଶିକାର କରିଥିବା ବୃଦ୍ଧଙ୍କୁ ବନ ବିଭାଗ ଗିରଫ କରିଛି। ଅଭିଯୁକ୍ତ କୋର୍ଟ ଚାଲାଣ ପରେ ଜେଲ୍‌ ଯାଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ତାମଡ଼ା ବନାଞ୍ଚଳର କୁସୁମଡ଼ିହି ସେକ୍ସନ ଖେସରା ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ ମାମଲାରେ କୁସୁମଡିହି ଗାଁର ନୂଆସ ଖେସ୍‌ଙ୍କ ବିରୋଧରେ ବନ ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। 

ଗତକାଲି ସନ୍ଧ୍ୟା ସମୟରେ ବନ ବିଭାଗ ଦ୍ବାରା ପରିଚାଳିତ ବନବନ୍ଧୁମାନେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଏକ କଲରାପତରିଆ ବାଘର ମୃତଦେହ ଦେଖିବାକୁ ପାଇଥିଲେI ପ୍ରଥମେ ଏ ସମ୍ପର୍କରେ ସେମାନେ ନିୟୋଜିତ ଭାରପ୍ରାପ୍ତ ବନପାଳ ଚାରୁଆ ଓରାମଙ୍କୁ ସୂଚନା ଦେଇଥିଲେ।ଏହି ଖବର ପାଇ ବନବିଭାଗ ଚଳଚଂଚଳ ହୋଇଯାଇଥିଲାI ୨୦/୩୦ ମିଟର ପାଖରେ ଏକ ବଳଦର ମୃତଦେହ ଦେଖିବାକୁ ପାଇଥିଲେ। ଅନୁସନ୍ଧାନ କରିବା ପରେ ଜାଣିବାକୁ ମିଳିଥିଲା ଯେ, ଏହି ବଳଦଟି କୁସୁମଡ଼ିହି ଗ୍ରାମର ନୂଆସ ଖେସ୍‌)ଙ୍କର। ବାଘର ମୃତ୍ୟୁ ସହ ବଳଦର ସମ୍ପର୍କକୁ ଯୋଡିବା ପରେ ନୂଆସ ଉପରେ ବନବିଭାଗ ପଚରାଉଚୁରା କରିଥିଲା।

ରିପୋର୍ଟ ଆସିଲା ପରେ ସ୍ପଷ୍ଟ ହେବ କାରଣ

ତଦନ୍ତ ସମୟରେ ଜଣାପଡ଼ିଲା ଯେ, ବଳଦକୁ ଖୋଜିବା ପାଇଁ ସେ ସେଇ ଜଙ୍ଗଲକୁ ଯାଇଥିଲେ। ମାତ୍ର ବଳଦର ମୃତଦେହ ଦେଖି ବାଘ ପ୍ରତି ପ୍ରତିଶୋଧପରାୟଣ ହୋଇଥିଲେ। ସେ ବଳଦ ଶରୀରରେ କୀଟନାଶକ ମିଶାଇ ଘରକୁ ଫେରିଆସିଥିଲେ। ଆଜି ବନ ବିଭାଗର ଆରସିଏଫ ରାଉରକେଲା ଡ଼ିଏଫଓ, ବଣାଇ ରେଞ୍ଜର ତାମଡା, ବଣାଇ ଓ ଗୁରୁଣ୍ଡିଆ ପ୍ରାଣୀଚିକିତ୍ସା ଅଧିକାରୀ ଡ଼ଃ ପୁର୍ନେନ୍ଦୁ ତ୍ରିପାଠୀ ଓ ଡ଼ଃ ବାଣିକାନ୍ତ ଖଟୁଆଙ୍କ ଉପସ୍ଥିତିରେ ମୃତ ବାଘର ବ୍ୟବଛେଦ କରି ସେଠାରେ ପୋତି ଦିଆଯାଇଥିଲାI ପ୍ରାଣୀ ଚିକିତ୍ସାଧିକାରୀଙ୍କ ତଥ୍ୟ ଅନୁସାରେ କଲରାପତରିଆ ବାଘର ବୟସ ୪ ବର୍ଷ ହୋଇଥିବା ବେଳେ ଏହାର ମୃତ୍ୟୁ ୭୨ ଘଣ୍ଟା ଆଗରୁ ହୋଇଥିବା ଜଣାପଡ଼ିଛିI ପ୍ରାଥମିକ ତଦନ୍ତରୁ ଜଣାପଡୁଛି କି ଏହା ବିଷଜନିତ ମୃତ୍ୟୁ ହୋଇଥାଇପାରେ। ଏହାର ରିପୋର୍ଟ ଭୁବନେଶ୍ୱରରୁ ଆସିଲାପରେ ଜଣାପଡ଼ିବ ବୋଲି ସେ କହିଛନ୍ତିI ଅଭିଯୁକ୍ତ ନୂଆସ ଖେସ୍‌ଙ୍କୁ ଆଜି ସନ୍ଧ୍ୟାରେ ବଣାଇ କୋର୍ଟ ଚାଲାଣ କରିଦିଆଯାଇଛିI

ଆହୁରି ପଢ଼ନ୍ତୁ: କଲରାପତରିଆ ଚମଡ଼ା ଜବତ: ୨ ଶିକାରୀ ଗିରଫ

ସଚେତନତା କାର୍ଯ୍ୟକ୍ରମ ଦାବି

ସୂଚନାଯୋଗ୍ୟ, ତାମଡ଼ା ସେକ୍ସନ ସୋଲଡ଼େଗା ଠାରେ ଅଗଷ୍ଟ ମାସରେ ଜନୈକ ଚାଷୀର ଏକ ବଳଦ ବାଘ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ବନବିଭାଗ ସୂଚନା ପାଇବା ପରେ କ୍ଷତିପୂରଣ ବାବଦରେ ୩୨,୦୦୦ ଟଙ୍କା ପାଇଥିଲେ। ମାତ୍ର ଗିରଫ ନୂଆସ କ୍ଷତିପୂରଣ ମିଳେ ବୋଲି ଜାଣିନପାରି ଏ ଭଳି ପଦକ୍ଷେପ ନେଇଥିଲେ। ଏଣୁ ବନ୍ୟଜନ୍ତୁ ଆଇନ ଅନୁସାରେ ମିଳୁଥିବା କ୍ଷୟକ୍ଷତି ସମ୍ପର୍କରେ ସଚେତନତା କାର୍ଯକ୍ରମ କରିବାକୁ ଦାବି ହେଉଛି I 

ଆହୁରି ପଢ଼ନ୍ତୁ: Leopard Karatapata Forest ଶିକାରୀ ଫାସରେ ପଡ଼ିଲା କଲରାପତରିଆ ବାଘ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe