ନିର୍ବାଚନ ପ୍ରଚାର ସାମଗ୍ରୀ ଚୋରି କରି ଜଣେ ଗିରଫ

Advertisment
ନାବାଳିକାଙ୍କ ଭିଡିଓ ଭାଇରାଲ କରି ଯୁବକ ଗିରଫ

photo by : newsnumber.com

ପୁରୁଣା ଭୁବନେଶ୍ୱର: ନିର୍ବାଚନ ପ୍ରଚାର ସାମଗ୍ରୀ ଚୋରି କରିବା ଅଭିଯୋଗରେ ଏୟାରଫିଲ୍‌ଡ ଥାନା ପୁଲିସ ନୟାଗଡ଼ର ଜିତେଶ ସାହୁ (୨୦) ନାମକ ଜଣେ ଯୁବକକୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ କୋଲକାତାର ଗଜମୋହନ ଗୌରବ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ପ୍ରଚାର ସମାଗ୍ରୀ ଯଥା ପତାକା, ବ୍ୟାନର୍‌, ଗଞ୍ଜି, ଟୋପି, ବ୍ୟାଚ୍‌, ଶାଢ଼ି, ଛତା ଆଦି ଅର୍ଡର ଅନୁଯାୟୀ ବିକ୍ରି କରନ୍ତି। ସେ ଭୀମପୁର ମୌଜାର ଗଙ୍ଗନଗର ନିକଟ ପ୍ଲଟ୍‌ ନଂ ୧୦୬୩/୨୦୨୯ ଏକ ଗୋଦାମ କରିଥିଲେ। ତାଙ୍କ ପାଖରେ ଜିତେଶ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲା। ଦୁଇ ମାସ ହେଲା ଦରମା ନପାଇବାରୁ ସେ କାମ ଛାଡ଼ି ଦେଇଥିଲା। ସେ ଦିଲ୍ଲୀ ଯାଇଥିବା ବେଳେ ଜିତେଶ ରାଗରେ ପ୍ରଚାର ସାମଗ୍ରୀ ଚୋରିକରି ନେଇଥିବା ସଂପର୍କରେ ଜଗମେହାନ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଜିତେଶ ରହୁଥିବା ସୁନ୍ଦରପଦା ଘରେ ଚଢ଼ଉ କରି ପ୍ରଚାର ସାମଗ୍ରୀକୁ ଜବତ କରିଥିଲା। ଆଜି ତାକୁ ପୁଲିସ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe