ଚୋରି କରି କର୍ମଚାରୀ ଗିରଫ

Advertisment
ପମ୍ପ୍‌ ଚୋରି ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ୱର,: ସହିଦନଗର ଥାନା ଅଧୀନରେ ଥିବା ଏକ ଘରୋଇ ସଂସ୍ଥାରୁ ଚୋରି କରି ସମ୍ପୃକ୍ତ ସଂସ୍ଥାର କର୍ମଚାରୀ ନୂଆପଲ୍ଲୀ ଡେଲ୍‌ଟା କଲୋନିର କୃଷ୍ଣ ଚନ୍ଦ୍ର ଦାସ ଧରା ପଡ଼ିଛନ୍ତି। ମ୍ୟାନେଜର୍‌ ଅବିନାଶ ସାହୁଙ୍କ ଅଭିଯୋଗ କ୍ରମେ ସହିଦ ନଗର ଥାନା ପୁଲିସ କୃଷ୍ଣଚନ୍ଦ୍ରକୁ ଗିରଫ କରିଛି। ଗତ ୩୦ ତାରିଖ ଦିନ ସକାଳୁ କୃଷ୍ଣ ଚୋରି କରୁଥିବା ସମୟରେ କମ୍ପାନିର ମ୍ୟାନେଜର୍‌ ତାଙ୍କୁ ଦେଖି ଧରିବାକୁ ଉଦ୍ୟମ କରିଥିଲେ। ସେତେବେଳେ ସେ ଘଟଣାସ୍ଥଳରୁ ଖସିବାକୁ ଯାଇ ମ୍ୟାନେଜର୍‌ଙ୍କୁ ମାଡ଼ ମାରିଥିଲା। ଉଭୟଙ୍କ ମଧ୍ୟରେ ସେଠାରେ ଧସ୍ତାଧସ୍ତି ହେବା ପରେ ମ୍ୟାନେଜର୍‌ ଅବିନାଶ ତଳେ ପଡ଼ି ଯାଇଥିଲେ। ସୁଯୋଗ ନେଇ କୃଷ୍ଣ ଖସି ଯାଇଥିଲେ। ଏ ନେଇ ସେ ପୁଲିସ୍‌କୁ ଖବର ଦେଇଥିଲେ। ଅଭିଯୁକ୍ତ ଘରେ ଥିବା ବେଳେ ପୁଲିସ୍‌ ଚଢ଼ଉ କରି ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe