ଦୁର୍ନୀତିଗ୍ରସ୍ତ ପୂର୍ବତନ ବନ ଅଧିକାରୀଙ୍କ ଆୟ ବହିର୍ଭୂତ ସଂପତ୍ତିର ତଦନ୍ତ କରିବ ଇଡି

ଅବକାରୀ ଦୁର୍ନୀତି ମାମଲା: କେଜ୍ରିୱାଲଙ୍କ ସହଯୋଗୀଙ୍କୁ ଜେରା

Jagran Josh

ଭୁବନେଶ୍ବର: ଦୁର୍ନୀତି କରିଥିବା ହେତୁ ବାଧ୍ୟତାମୂଳକ ଅବସର ଗ୍ରହଣ କରିଥିବା ବନ ବିଭାଗ ଅଧିକାରୀ ଶରତ ଚନ୍ଦ୍ର ପଣ୍ଡାଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସେ ଚାକିରି କାଳରେ କରିଥିବା କୋଟି କୋଟି ଟଙ୍କାର ନେଣଦେଣର ଛାନ୍‌ଭିନ୍‌ କରିବ ଇଡି। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଅକ୍ଟୋବର ମାସରେ ୩ କୋଟି ଟଙ୍କାର ଆୟ ବହିଭୂର୍ତ ସମ୍ପତ୍ତି ଠାବ ହେବାରୁ ରାଜ୍ୟ ସରକାର ଶରତ ଚନ୍ଦ୍ର ପଣ୍ଡାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ।

୨୦୧୭ ମସିହା ଫେବ୍ରୁଆରି ମାସରେ ନୂଆପଡ଼ାର ଡିଏଫ୍‌ଓ ଥିବା ପଣ୍ଡାଙ୍କ ଘର ଓ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତାଙ୍କ ବିରୋଧରେ ଆୟକର ଠକେଇ ଓ ବେଆଇନ୍‌ ଭାବେ ଅର୍ଥ ଠୁଳ ଅଭିଯୋଗ ଆସିଥିଲା। ବିମୁଦ୍ରିକରଣ ସମୟରେ ସେ ବହୁ ପରିମାଣର ଅର୍ଥ ତାଙ୍କ ପରିବାରର ସଦସ୍ୟଙ୍କ ଖାତାରେ ଜମା କରିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିଲା। ଏହାପରେ ଭିଜିଲାନ୍ସ ଦ୍ବାରା ଶରତ ଚନ୍ଦ୍ର ପଣ୍ଡା ଗିରଫ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe