ପ୍ରେମ ବିବାହ କରିବାର ୫ମାସ ପରେ ଜଳପ୍ରପାତରେ ବୁଡ଼ି ଇଞ୍ଜିନିୟରଙ୍କ ମୃତ୍ୟୁ

Advertisment

ଜର୍ମାନୀରୁ ଘରକୁ ବୁଲିବାକୁ ଆସିଥିବା ଇଞ୍ଜିନିୟରଙ୍କ ଜଳପ୍ରପାତରେ ବୁଡ଼ି ମୃତ୍ୟୁ। ମୃତକଙ୍କ ମା’ ବୋହୁ ବିରୋଧରେ ହତ୍ୟା ଅଭିଯୋଗ ଆଣି କହିଛନ୍ତି, ‘ ପ୍ରିୟା ହିଁ ମୋ ପୁଅକୁ ହତ୍ୟା କରିଛି।’

ଜର୍ମାନୀରୁ ଘରକୁ ବୁଲିବାକୁ ଆସିଥିବା ଇଞ୍ଜିନିୟରଙ୍କ ଜଳପ୍ରପାତରେ ବୁଡ଼ି ମୃତ୍ୟୁ। ମୃତକଙ୍କ ମା’ ବୋହୁ ବିରୋଧରେ ହତ୍ୟା ଅଭିଯୋଗ ଆଣି କହିଛନ୍ତି, ‘ ପ୍ରିୟା ହିଁ ମୋ ପୁଅକୁ ହତ୍ୟା କରିଛି।’

ery

ନୂଆଦିଲ୍ଲୀ: ବିହାରର ଜମୁଇରେ ଥିବା ଏକ ଜଳପ୍ରପାତରେ ବୁଡ଼ି ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି। ମୃତ ଇଞ୍ଜିନିୟର ଜଣକ କିଛିଦିନ ତଳେ ଜର୍ମାନୀରୁ  ଘରକୁ ବୁଲିବାକୁ ଆସିଥିଲେ। ମୃତ ଇଞ୍ଜିନିୟର ଜଣକ ବିସନପୁର ପଞ୍ଚାୟତର କେଟାରିବାଙ୍କ ଗ୍ରାମ ନିରଂଜନ ଯାଦବଙ୍କ ପୁଅ ୨୮ ବର୍ଷୀୟ ଅତୁଲ କୁମାର ବୋଲି ଜଣାପଡ଼ିଛି। 

ସେ ଆଇଆଇଟିରୁ ଏୟରୋନଟିକ୍ସରେ ଇଞ୍ଜିନିୟରିଂ ସମାପ୍ତ କରିବା ପରେ ଜର୍ମାନୀରେ ପୋଷ୍ଟିଂ ପାଇଥିଲେ। ଅତୁଲ ଗତ୫ ମାସ ପୂର୍ବେ ସଫ୍ଟୱେର୍ ଇଞ୍ଜିନିୟର ପ୍ରିୟା ଗୁପ୍ତାଙ୍କୁ ପ୍ରେମ ବିବାହ କରିଥିଲେ। ଛୁଟିରେ ଘରକୁ ଆସିଥିବା ବେଳେ ଦୁହେଁ ଗତ ରବିବାର ପଞ୍ଚଭୁର ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ। ସ୍ନାନ ସାରି ଦୁହେଁ ପର୍ବତ ଉପରକୁ ଚଢ଼ିବା ଆରମ୍ଭ କରିଥିଲେ। କିଛି ବାଟ ଚାଲିବା ପରେ ଅତୁଲଙ୍କ ପାଦ ଖସିଯିବାରୁ ସେ ଜଳପ୍ରପାତର ଗଭୀର ପାଣିରେ ପଡ଼ି ଯାଇଥିଲେ । ପହଁରା ଜଣା ନଥିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା କୁହାଯାଉଛି।  

ଏହି ଦୁଃଖଦ ଘଟଣା ବିଷୟରେ ମୃତକଙ୍କ ସ୍ତ୍ରୀ ପ୍ରିୟା ୧୧୨କୁ ଫୋନ କରି ସୂଚନା ଦେଇଥିଲେ। ଏହାପରେ ଉଦ୍ଧାରକାରୀ ଦଳ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଅତୁଲଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି।

ଅତୁଲଙ୍କ ମାଆ ସୁନୀତା କୁମାରୀ କହିଛନ୍ତି, ‘ମୋ ପୁଅ ନିଜ ଇଚ୍ଛାରେ ପ୍ରିୟାକୁ ବିବାହ କରିଥିଲା। ବିବାହ ପରଠାରୁ ହିଁ ଦୁହିଁଙ୍କ ମଧ୍ୟରେ କୌଣସି ନା କୌଣସି କାରଣକୁ ନେଇ କଳିଝଗଡ଼ା ଲାଗି ରହୁଥିଲା। ପ୍ରିୟା ମୋ ପୁଅକୁ ନିର୍ଯାତନାା ଦେଉଥିଲା। ସେ ପ୍ରିୟା ହିଁ ମୋ ପୁଅକୁ ମାରି ଦେଇଛି।’

ପୁଲିସ ଅତୁଲଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରି ପ୍ରିୟାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe