ଜିନ୍ସ ପିନ୍ଧି ହାଇକୋର୍ଟ ପହଞ୍ଚିବା ଇଞ୍ଜିନିୟରଙ୍କୁ ମହଙ୍ଗା ପଡ଼ିଲା, ଚରିତ୍ର ପଞ୍ଜିକାରେ କଳା ଦାଗର ଆଦେଶ ସହିତ ଲାଗିଲା ଜରିମାନା

ଜିନ୍ସ ପିନ୍ଧି ହାଇକୋର୍ଟ ପହଞ୍ଚିବା ଇଞ୍ଜିନିୟରଙ୍କୁ ମହଙ୍ଗା ପଡ଼ିଲା,  ଚରିତ୍ର ପଞ୍ଜିକାରେ କଳା ଦାଗର ଆଦେଶ ସହିତ ଲାଗିଲା ଜରିମାନା

ସାଙ୍କେତିକ ଫଟୋ

ଆଲ୍ଲାବାଦ: ଉତ୍ତରପ୍ରଦେଶର ସିଞ୍ଚାଇ ବିଭାଗର ଇଞ୍ଜିନିୟରଙ୍କୁ ହାଇକୋର୍ଟକୁ ହାଫ ସାର୍ଟ ଓ ଜିନ୍ସ ପିନ୍ଧି ଯିବା ମହଙ୍ଗା ପଡ଼ିଛି। ଆଲ୍ଲାବାଦ ହାଇକୋର୍ଟ ଇଞ୍ଜିନିୟର ଡ୍ରେସ୍‌ କୋର୍ଡ ପିନ୍ଧି ନଆସି ଥିବାରୁ ୫୦୦୦ଟଙ୍କାର ଜରିମାନା ଲଗାଇବା ସହିତ ତାଙ୍କ ଚରିତ୍ର ପଞ୍ଜିକାରେ କଳାଦାଗ ପାଇଁ ଆଦେଶ ଦେଇଛନ୍ତି। ଏହି ଜରିମାନା ଏକ ମାସ ଭିତରେ ଦେବାକୁ କୁହାଯାଇଛି। ଏହି ଆଦେଶ ବିଚାରପତି ବି ଅମିତ ସ୍ଥାଲେକର ତଥା ବିଚାରପତି ଜୟନ୍ତ ବାନର୍ଜୀଙ୍କ ଖଣ୍ଡପୀଠରେ ନିର୍ମଳା ଦେବୀଙ୍କ ଯାଚିକା ଅନୁଯାୟୀ ଦିଆଯାଇଛି। ଇଞ୍ଜିନିୟର ଗୋଲାପି ରଙ୍ଗର ହାଫ ସାର୍ଟ ଓ ଜିନ୍ସ ପିନ୍ଧି କୋର୍ଟରେ ହାଜର ହୋଇଥିବା ନେଇ ନିର୍ମଳା ଦେବୀ ଯାଚିକା ଦେଇଥିଲେ।

ହାଇକୋର୍ଟ ବାରାନାସୀର ଇଞ୍ଜିନିୟର ବିଜୟ କୁମାର କୁଶବାହାଙ୍କୁ ପ୍ରଶ୍ନ କରି କହିଥିଲେ କି ଏହି ପୋଷାକ କ’ଣ ସାଧାରଣ? କ’ଣ ଜିନ୍ସ ପିନ୍ଧି ପ୍ରଥମ ଶ୍ରେଣୀର ଅଧିକାରୀ କାର୍ଯ୍ୟାଳୟକୁ ଯାଇ ପାରିବେ? ଏହା ଡ୍ରେସ୍‌ କୋର୍ଡ ନୁହେଁ। ଏହା ପରେ ତାଙ୍କ ଉପରେ ଜରିମାନା ଲଗାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe