ପେସାରେ ଇଞ୍ଜିନିୟର, ନିଶା ଗାଡ଼ିଚୋରି !

Advertisment
ପେସାରେ ଇଞ୍ଜିନିୟର, ନିଶା ଗାଡ଼ିଚୋରି !

ସାଇବରାବାଦ: ତେଲେଙ୍ଗାନାର ସାଇବରାବାଦ ପୁଲିସ ଜଣେ ହାଇଟେକ୍‌ ଚୋରକୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ଚୋର ଜଣକ ଭଲ ପାଠପଢ଼ିବା ସହିତ ଇଞ୍ଜିନିୟରିଂ ପାସ କରିଛି ଆଉ ତାର ବୁଲିବାରେ ବହୁତ ସଉକ ରହିଥିବା ଜଣାପଡ଼ିଛି। ପୁଲିସ ଉକ୍ତ ଚୋର ପାଖରୁ ୬ଟି କାର ଏବଂ ଗୋଟିଏ ବୁଲେଟ ମଟରସାଇକେଲ୍ ଜବତ କରିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଅଭିଯୁକ୍ତ ମହେଶ ନୂତନ କୁମାର ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଥିବା ବେଳେ ମୋବାଇଲ ଟେକନିସିଆନ ଭାବେ କାର୍ଯ୍ୟ କରୁଥିଲା। ତାର ବୁଲିବାରେ ବହୁତ ସଉକ୍ ଥିଲା । ଚଳିତବର୍ଷ ମହେଶ ଚୋରି କରିଥିବା ଏକ ବୁଲେଟରେ ଲଦାଖ ଯାଇ ବୁଲାବୁଲି କରିଥିଲା। ଗାଡ଼ି ଚୋରିକରି ତାର ଏକ ଟ୍ରାଭେଲ ଏଜେନ୍ସି ଖୋଲିବାର ଲକ୍ଷ୍ୟ ଥିବା ପୁଲିସ ସୂତ୍ରରୁ ପ୍ରକାଶ।

publive-image

ଅଭିଯୁକ୍ତ ମହେଶ ନୂତନ କୁମାର ଅନେକ ଥର ପୁଲିସ ହାତରେ ଧରାପଡ଼ିଛି। ୨୦୧୬ରେ ନୂତନକୁ ହାଇଦ୍ରାବାଦ ପୁଲିସ ଗିରଫ କରିଥିଲା। ପୁଣି ୨୦୧୮ରେ ଆନ୍ଧ୍ରପ୍ରଦେଶ ପୁଲିସ ନୂତନକୁ ଧରିଥିବା ବେଳେ ୨୦୧୯ରେ ପୁଲିସ ତାକୁ ଛାଡ଼ି ଦେଇଥିଲା। ଏତେ ଦଣ୍ଡ ଭୋଗିବା ପରେ ବି ସେ ଚୋରି କରିବା ଛାଡ଼ି ନ ଥିଲା ।

ମୋବାଇଲ୍‌ ଆପରେ ଅପରେଟ୍‌ ହେଉଥିବା କ୍ୟାବ୍‌କୁ ସେ ଟାର୍ଗେଟ କରିବା ସହ ବିଭିନ୍ନ ରାଜ୍ୟରୁ କାର ଚୋରି କରୁଥିଲା। ସେ କୋଚ୍ଚି, ଚେନ୍ନାଇ, ମୈସୁର, କୋଲକାତା, ବେଙ୍ଗାଲୁରୁ, ପୁଣେ, ବିଶାଖାପାଟନମରୁ ଗାଡ଼ି ଚୋରି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe