Image Source--aajtak
ଖଣ୍ଡଗିରି : ଜଣେ କଲେଜ ଛାତ୍ରୀଙ୍କୁ ମୋବାଇଲ୍ ଫୋନ୍ରେ ଅଶ୍ଳୀଳ ମେସେଜ୍ ପଠାଉଥିବା ଅଭିଯୋଗରେ ମଙ୍ଗଳବାର ଖଣ୍ଡଗିରି ଥାନା ପୁଲିସ ଜଣେ ଇଂଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ, ନୂଆପଲ୍ଲୀ ବେହେରା ସାହିରେ ରହୁଥିବା ଢେଙ୍କାନାଳ କଙ୍କଡ଼ାହାଡ଼ ଅଞ୍ଚଳର ବିବେକାନନ୍ଦ ପାତ୍ର ଓରଫ ବିବେକ(୨)। ପୁଲିସ ସୂଚନାନୁସାରେ, ବିବେକ ଚନ୍ଦକା ଅଞ୍ଚଳସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜ ବି.ଟେକ୍ ଛାତ୍ର। ସେ ବରମୁଣ୍ଡା ଅଞ୍ଚଳରେ ରହୁଥିବା ଅନ୍ୟ ଏକ କଲେଜ ଛାତ୍ରୀଙ୍କ ଛାତ୍ରୀଙ୍କ ମୋବାଇଲ୍ ନମ୍ବରରେ ଅଶ୍ଳୀଳ ମେସେଜ୍ ପଠାଉଥିଲେ।
Follow Us